ନୁନହାଡ଼ ଗ୍ରାମରେ ୪୦ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବେଳପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବେଳପଡ଼ା ବ୍ଲକ ଅନ୍ତର୍ଗତ ନୁନହାଡ଼ ଗ୍ରାମରେ ୪୦ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଯାଇଅଛି ।  ୬ ଅକ୍ଟୋବର ରୁ ଆରମ୍ଭ ହୋଇ ୧୦ ଅକ୍ଟୋବର ଦିନ ଏହି କାର୍ଯ୍ୟକ୍ରମର ସମାପନ ହୋଇଥିଲା । ଗଜଲକ୍ଷ୍ମୀ ପୂଜା ଆରମ୍ଭ ରେ ଅଧିବାସ ଦିନ କଳସ ଯାତ୍ରା ର ଆୟୋଜନ କରାଯାଇଥିଲା । ପୂଜା ଆରମ୍ଭ ଦିନ ଠାରୁ ନେଇ ସମପାନି ଦିବସ ପଯ୍ୟନ୍ତ ଦୈନିକ ଭୋଗ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।ଏହି ପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବେ ଶ୍ୟାମ ସୁନ୍ଦର ପଣ୍ଡା କାର୍ଯ୍ୟ ଭାର ତୁଲାଇ ଥିଲେ । ଗଜ ଲକ୍ଷ୍ମୀ ପୂଜାରେ ମିନା ବଜାର,ଓପେରା, ଅର୍କେଷ୍ଟ୍ରା,ଦଣ୍ଡ ନୃତ୍ୟ ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦୈନିକ ହଜାର ହଜାର ସଂଖ୍ୟା ରେ ଭକ୍ତ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ ପୂଜନ କରିବା ସହ ମନୋରଂଜନ କାର୍ଯ୍ୟକ୍ରମ ଗୁଡ଼ିକ ବେଶ ଉପଭୋଗ କରିଥିଲେ । ଏହି ଆୟୋଜନର ସଭାପତି ଗଣେଶ ମେହେର,

ଉପ ସଭାପତି ନରେଶ କୁମାର ସାହୁ,ସମ୍ପାଦକ ସୂର୍ଯ୍ୟକାନ୍ତ ପଟେଲ,ସହ ସମ୍ପାଦକ ମଣ୍ଟୁ ନାଏକ, କୋଷାଧ୍ୟକ୍ଷ ରୋହିତ ବେହେର, ଉପଦେଷ୍ଟା କମିଟି ସଭାପତି ଭାଗିରଥି ପଟେଲ ସହ ଜିତେନ୍ଦ୍ର କୁମାର ସାହୁ ଆଦିତ୍ୟ ଶଙ୍କର ମହାକୁଡ,ବିଜୟ କୁମାର ସାହୁ ସହିତ ନୁନହାଡ଼ ଓ ଆଖ ପାଖ ଗ୍ରାମ ବାସୀ ସାହାଯ୍ୟ ସହଯୋଗ କରିଥିଲେ । ଶାନ୍ତି ଶୁଙ୍ଖଲା ସହ ଆୟୋଜନ ସମ୍ପନ୍ନ ହୋଇଥିବାରୁ ଗ୍ରାମ୍ୟ କମିଟି ସଭାପତି ମହେଶ୍ୱର ସାହୁ ସମସ୍ତ ଗ୍ରାମ ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version