ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ପୋଲିସ ଲାଇନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାରେ ଥିବା ୧୧ଟି ବ୍ଲକ ରୁ ସେମାନଙ୍କ ବ୍ଲକ ରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l କ୍ୱାଣ୍ଟମ ଯୁଗ – ଏକ ଆହ୍ୱାନ ବିଷୟ ଆଧାରିତ ସେମିନାର ରେ କଡା ଟକ୍କର ଦେଖିବାକୁ ମିଳିଥିଲା l
ସେମାନଙ୍କ ମଧ୍ୟରୁ ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲ ର ଶୁଭଶ୍ରୀ ସାହୁ ୧ମ ସ୍ଥାନ ଅଧିକାର କରିଥିଲେ l ପୁରୀ ବିଶ୍ୱମ୍ବର ବିଦ୍ୟା ପୀଠ ର ଦିବ୍ୟାଂଶୁ ବାହିନୀପତି ୨ୟ ସ୍ଥାନ ଅଧିକାର କରିଥିଲେ l ନିମାପଡା ହାଇ ସ୍କୁଲ ର ସୋମେଶ ପ୍ରତାପ ପ୍ରଧାନ ୩ୟ ସ୍ଥାନ ଅଧିକାର କରିଥିଲେ l
