୬୯ ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) ହିଞ୍ଜିଳିକାଟୁ  :- ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ପକ୍ଷରୁ ୬୯ ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ହିଞ୍ଜିଳିକାଟୁ ବ୍ଲକ୍ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୌରାଞ୍ଚଳ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଭାତୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନିତା ଶୁଭଦର୍ଶନୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରୀକା ଷଡଙ୍ଗୀ ଯୋଗଦେଇ ପ୍ରତିଯୋଗୀ ମାନେ ଖେଳୁଆଡ ମନୋଭାବ ନେଇ କ୍ରୀଡା ପ୍ରଦର୍ଶନ କରିବା ସହ ଦେଶର ସୁନାମ ଅର୍ଜନ କରିବାକୁ ମତବ୍ୟକ୍ତ କରିଥିଲେ।

ସମ୍ମାନୀତ ଅତିଥି ଭାବେ ହିଞ୍ଜିଳି ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ପୌର ପ୍ରତିନିଧି ପ୍ୟାରୀମୋହନ ପାଢି, ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢି, ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଚାନ୍ଦିନୀ ପଣ୍ଡା, ବୃନ୍ଦାବନ ବିଦ୍ୟାପୀଠ ପରିଚାଳନା କମିଟି ସଭାପତି ବିଭୁପ୍ରସାଦ ପଣ୍ଡା, ସାଂସଦ ପ୍ରତିନିଧି ଶିଶିର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ।

ଉଦଘାଟନ ଉତ୍ସବରେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକର ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ୪୪ଟି ଦଳ ଅଂଶଗ୍ରହଣ କରିଥିଲେ। କୃତିତ୍ବ ହାସଲ କରିବା ଦଳ ଚଳିତ ମାସ ଶେଷ ସପ୍ତାହରେ ସୁନ୍ଦରଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ମନୋନୀତ କରାଯିବ । କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡାଶିକ୍ଷା ନିରୀକ୍ଷକ ଭାଗିରଥି ସ୍ବାଇଁ ପରିଚାଳନା କରିଥିଲେ।

ଆୟୋଜିତ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ସୁପରିଚାଳନା ସକାଶେ ୧୩୦ ଜଣ କ୍ରୀଡା ଶିକ୍ଷକ ନିୟୋଜିତ କରିଥିଲେ । ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବାଳକୃଷ୍ଣ ପାତ୍ର, ସୁଶିଲ କୁମାର ପାତ୍ର, ଭି. ସୂର୍ଯ୍ୟକାନ୍ତି ପାତ୍ର, କ୍ରୀଡା ଶିକ୍ଷକ ବିଭୁତି ପଟ୍ଟନାୟକ, ସମିର ବେହେରା, ଚିମନ ସାହୁ, ଦୁର୍ଗା ପଣ୍ଡା, ଧିରସମିର ପାଣିଗ୍ରାହୀ, ଅଶୋକ ସାହୁ, ଜିତେନ୍ଦ୍ର ମହାରଣା, ବର୍ଷାରାଣୀ ରଥ ଓ ଅଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version