ରାସ୍ତା ଦୁର୍ଘଟଣା ରେ ଚିଲିକା ତହସିଲଦାର ଗୁରୁତର

ଚିଲିକା  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚିଲିକା ତହସିଲଦାର କାହ୍ନୁଚରଣ ଘଡେ଼ଇ ଏବଂ ତାଙ୍କର ସହଧର୍ମିଣୀ ନାଚୁଣୀ ଥାନା ପାର୍ଶ୍ଵ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଆକସ୍ମିକ ଭାବେ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ, ଶ୍ରୀ ଘଡେ଼ଇ ତହସିଲ କାର୍ଯ୍ୟାଳୟ ରେ ଡିଉଟି ସାରି ପତ୍ନୀ ଙ୍କ ସହ ନିଜର ଏକ ସ୍କୁଟି (ନଂ ଓଡି୦୨ଵିଏଲ୍) ଯୋଗେ ନିଜ ଗ୍ରାମ

ବାଣପୁର ବ୍ଲକ ଅନ୍ତର୍ଗତ ଭୀମପୁର କୁ ଫେରୁଥିବା ବେଳେ ସୁନାଖଳା ଓଭର ବ୍ରିଜ୍ ,୧୬ନମ୍ବର ଜାତୀୟ ରାଜପଥ ଉପରେ ହଠାତ୍ ଅତର୍କିତ ଭାବେ ଏକ ବୁଲା ଗାଈ ଧସେଇ ପଶି ଆସିବାରୁ ଦୁର୍ଘଟଣା ଘଟିଥିଲା । ଗୁରୁତର ଆହତ ଶ୍ରୀ ଘଡେ଼ଇ ଏବଂ ତାଙ୍କର ପତ୍ନୀ ଙ୍କୁ ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି ।

Exit mobile version