
ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ଚାନ୍ଦପୁର : – ରଣପୁର ରୁ ଯେଭଳି ଭାବେ ସମସ୍ତ ଅସାମାଜିକ , ନିଶା ରତ ବ୍ୟକ୍ତି ଓ ଅନ୍ୟାନ୍ୟ ଦୁର୍ଦାନ୍ତ ଙ୍କୁ ଧରିବାରେ ସଫଳତା ହାସଲ କରିଥିଲେ । ସେହିଭଳି ଚାନ୍ଦପୁର ଥାନାରେ ରଣପୁର ଆଇଆଇସି ରଶ୍ମି ରଞ୍ଜନ ଦାସ୍ କାର୍ଯ୍ୟଭାର ଆରମ୍ଭ କରିବାର ବହୁ କମ୍ ଦିନ ମଧ୍ୟରେ କୁଖ୍ୟାତ ଗାଡି ଚୋର ଙ୍କୁ ଗିରଫ କରିଛନ୍ତି । ଗତ ୧୦/୦୯/୨୦୨୦ ରିଖ ରେ ଚୋରି ହୋଇଥିବା ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍ ଚୋରୀ କରିଥିବା ଚୋର ଙ୍କୁ ଗିରଫ କରିଛି ପୋଲିସ । ଚୋରି ହେବା ବୋଲେରୋ ର ୨୪ ଘଣ୍ଟା ଭିତରେ ଷ୍ଟ୍ରେସ୍ କରି ଗାଡି ଚୋର ଙ୍କୁ ମୋହନଗୁରୁ ଜଙ୍ଗଲ ଭିତରୁ ୪ ଜଣ ଙ୍କୁ ଗିରଫ କରାଯାଇଛି ।
ଗତ ବର୍ଷ ଆଇ ଆଇସି ରଶ୍ମି ରଞ୍ଜନ ଦାଶ ରଣପୁର ରେ ଥିବା ବେଳେ ଧରା ହୋଇଥିବା ଜଗନ୍ନାଥ ମହାରଣା ର ଭାଇ ଦିନବନ୍ଧୁ ମହାରଣା ର ଅପରାଧୀ ଗ୍ୟାଂଗ୍ କୁ ସଫା କରିଦେଇଥିଲା ପୋଲିସ । ଗତ ବର୍ଷ ର ସୂଚନାନୁସାରେ ଦୁଇ ଭାଇଙ୍କୁ ପୋଲିସ ଧରିବାକୁ ଗୋଡେଇ ଥିବା ବେଳେ ଦିନବନ୍ଧୁ କୁ ପୋଲିସ କାବୁ କରି ନେଇଥିଲା ଓ ଜଗବନ୍ଧୁ ପୋଲିସ ଙ୍କ ଉପରକୁ ବମ୍ ଫୋପାଡ଼ି ଫେରାର ହୋଇ ଯାଇଥିଲା । ଏହା ପରେ ଉକ୍ତ ଫେରାର ଜଗନ୍ନାଥ ମହାରଣା ଏକ ନୂତନ ଗ୍ୟାଂଗ୍ ର କାୟା ବିସ୍ତାର କରିଥିଲା ଯାହାକୁ ପୋଲିସ ଖୋଜୁଥିଲା ଏବଂ ଏକ ବର୍ଷ ର ଅନ୍ତର ମଧ୍ୟରେ ଚାନ୍ଦପୁର ପୋଲିସ ଆଜି ସେ ଗ୍ୟାଂଗ୍ ର ଅନ୍ତ ଘଟାଇଛି ।
ଚାନ୍ଦପୁର ଆଇ ଆଇସି ଭାବେ ନୂତନ ନିଯୁକ୍ତି ହୋଇଥିବା ରଶ୍ମି ରଞ୍ଜନ ଙ୍କ ହାତରେ ଏହି ଦୁଇ ଭାଇଙ୍କ ଅପରାଧିକ ଗ୍ୟାଂଗ୍ ର ଅନ୍ତ ଘଟିଛି । ପୁର୍ବରୁ ଏହି ଦୁଇ ଭାଇ ଙ୍କ ଅପରାଧିକ ଗ୍ୟାଂଗ୍ ନାଁରେ କଟକ , ଭୁବନେଶ୍ୱର ,ଶରଣକୂଳ ,ପୁରୀ ,କେନ୍ଦ୍ରାପଡା ଇତ୍ୟାଦି ଅନ୍ୟ ଅଞ୍ଚଳରେ ମାମଲା ରହିଥିବାର ଜଣାପଡିଛି । ସେହି ଗ୍ୟାଙ୍ଗର ଲିଡର୍ ଜଗନ୍ନାଥ ମହାରଣା (ଜଗା) ଙ୍କ ସହିତ ଗ୍ୟାଂଗ୍ ର ଅନ୍ୟ ୩ ସଦସ୍ୟ ଗିରଫ ହୋଇଛନ୍ତି । ସେହି ୩ ସଦସ୍ୟ ମଧ୍ୟରୁ ଜଣେ କେନ୍ଦ୍ରାପଡା ର ନିତ୍ୟାନନ୍ଦ ନାୟକ ,ସୁନୀଲ ନାୟକ ଓ ଲୁଟିପଡା ର ଚୁଇଁନ କୁ ଗିରଫ କରାଯାଇଛି ।
