ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ବାଲିଘାଟ ଜାଗେଶ୍ୱରୀ ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀଙ୍କ ପୂଜା ଉତ୍ସବ ଚଳିତମାସ ୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଆସନ୍ତା ୧୦,୧୧,୧୨ ତାରିଖ ତିନି ଦିନ ଧରି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଦିନ ସନ୍ଧ୍ୟାର ଆକର୍ଷଣ ସାଜିବ ଗୀତ ବାହାର କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ତାଙ୍କ ଗ୍ରୁପର ସୁମଧୁର ସଙ୍ଗୀତ, ଦ୍ଵିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିବ ନାଭିୟା ଜେଟୀ ଓ ତାଙ୍କ ଗ୍ରୁପ ସଦସ୍ୟଙ୍କ ମନ୍ତ୍ରମୁଗ୍ଧ ସଙ୍ଗୀତ ଏବଂ ଶେଷ ସନ୍ଧ୍ୟା ଅର୍ଥାତ୍ ୧୨ ତାରିଖ ସନ୍ଧ୍ୟାରେ ମହାରାଜା ବ୍ୟାଣ୍ଡ ପକ୍ଷରୁ ଗ୍ରୁପକୁ ନେଇ ମଞ୍ଚକୁ ଆସିବେ କଣ୍ଠଶିଳ୍ପୀ ସୁଜ୍ଞାନି ମହାପାତ୍ର ।