Home ଓଡ଼ିଶା ଖୋର୍ଦ୍ଧାରୋଡ୍ ରେଳମଣ୍ଡଳରେ “ସ୍ୱଚ୍ଛ,ସବୁଜ ଓ କାର୍ଯ୍ୟକ୍ଷମ ରେଲୱେ” ପାଇଁ ବିଶେଷ ଅଭିଯାନ ୫.୦ ଆରମ୍ଭ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସ୍ଥାନ ବ୍ୟବସ୍ଥାପନ ଓ ନାଗରିକ ଅଂଶଗ୍ରହଣ ୱେଷ୍ଟ ଟୁ ୱେଲଥ ଉଦ୍ୟମ ଅଧୀନରେ ଲକ୍ଷ୍ୟ ନିର୍ଦ୍ଧାରଣ ସ୍ୱଚ୍ଛ ଷ୍ଟେସନ ଓ ସୁନ୍ଦର କାର୍ଯ୍ୟାଳୟ ପରିସର ୨ ଅକ୍ଟୋବର ୨୦୨୫ ଠାରୁ ବିଶେଷ ଅଭିଯାନ ୫.୦ ଆରମ୍ଭ. ଭାରତୀୟ ରେଲୱେର ଜାତୀୟ ସ୍ୱଚ୍ଛତା ଅଭିଯାନ ସହ ସମନ୍ୱୟ ରଖି, ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ୱାରା“ବିଶେଷ ଅଭିଯାନ ୫.୦” ର ଆରମ୍ଭ ୨ ଅକ୍ଟୋବର ୨୦୨୫ ଠାରୁ କରାଯାଇଛି। ଏହାର ଶୁଭାରମ୍ଭ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଅଲୋକ ତ୍ରିପାଠୀଙ୍କ ନେତୃତ୍ୱରେ କାର୍ଯ୍ୟକାରୀ କରାଯାଇଅଛି। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ସ୍ୱଚ୍ଛତା,ସ୍ଥାନ ବ୍ୟବସ୍ଥାପନ, ଡିଜିଟାଲ୍ ରେକର୍ଡ ସଂରକ୍ଷଣ ଓ ନାଗରିକ ଅଂଶଗ୍ରହଣ ମାଧ୍ୟମରେ ଏକ ସ୍ୱଚ୍ଛ,ସବୁଜ ଓ କାର୍ଯ୍ୟକ୍ଷମ କାର୍ଯ୍ୟ ପରିବେଶ ଗଠନ କରିବା। ବିଶେଷ ଅଭିଯାନ ୫.୦ ର ମୁଖ୍ୟ କ୍ଷେତ୍ର ଗୁଡିକ ସ୍ୱଚ୍ଛତା ଅଭିଯାନ କୋଚିଂ ଟର୍ମିନାଲ୍,କ୍ରିଉ ଲବି, କାର୍ଯ୍ୟାଳୟ ଓ ଷ୍ଟେସନ ପରିସର ଭଳି ନିର୍ଦ୍ଧିଷ୍ଟ ସ୍ଥାନ ଗୁଡିକରେ ବିଶେଷ ସ୍ୱଚ୍ଛତା ଅଭିଯାନ। “ପୂର୍ବ ଓ ପରେ”ଛବି ମାଧ୍ୟମରେ ସଫଳତା ଦର୍ଶାଇବା ସ୍ଥାନ ବ୍ୟବସ୍ଥାପନ ଓ କାର୍ଯ୍ୟାଳୟ ସୌନ୍ଦର୍ଯ୍ୟ କରଣ ରେଳ ମଣ୍ଡଳର ସମସ୍ତ କାର୍ଯ୍ୟାଳୟ ଓ ରେଲୱେ ସଂସ୍ଥାନ ଗୁଡିକର ପୁଙ୍ଖାନୁପୁଙ୍ଖ ସଫାଇ। ଅଫିସ ସ୍ପେସ ଅପଟିମାଇଜେସନ ଓ ସୌନ୍ଦର୍ଯ୍ୟ କରଣ ଉଦ୍ୟମ ମାଧ୍ୟମରେ ଦୃଶ୍ୟମାନ ପରିବର୍ତ୍ତନ। ସ୍କ୍ରାପ୍ ନିଷ୍କାସନ ଓ ୱେଷ୍ଟ ଟୁ ୱେଲଥ ସ୍କ୍ରାପ୍ ଓ ଇ-ୱେଷ୍ଟ ନିଷ୍ପତ୍ତି ମାଧ୍ୟମରେ ଅତିରିକ୍ତ ଆୟ ସୃଷ୍ଟି କରିବା। ପରିବେଶ ସୁରକ୍ଷା ଓ ସ୍ଥିର ଉନ୍ନୟନ ପାଇଁ ୱେଷ୍ଟ ଟୁ ୱେଲଥ ଧାରଣାର ପ୍ରଚାର କରିବା। ଡିଜିଟାଲ୍ ରେକର୍ଡ ଓ ପାରଦର୍ଶିତା ଇ-ଫାଇଲ୍ ଗୁଡିକର ସମୀକ୍ଷା, ଅପ୍ରୟୋ ଜନୀୟ ଫାଇଲ୍ଗୁଡିକୁ ବିଲୋପ କରିବା ଏବଂ ସମସ୍ତ ଦଲିଲକୁ ଡିଜିଟାଲ୍ ରୂପେ ସଂରକ୍ଷଣ କରି କାର୍ଯ୍ୟକ୍ଷମ ପରିଚାଳନା ସୁନିଶ୍ଚିତ କରାଯାଉଛି। ଏଥି ସହିତ ଅପେକ୍ଷାରତ ଫାଇଲ୍, ଭିଆଇପି ମାମଲା ଓ ଜନସାଧାରଣଙ୍କ ଅଭିଯୋଗ ମାନଙ୍କ ଶୀଘ୍ର ଓ ସମୟୋପଯୁକ୍ତ ନିଷ୍ପତ୍ତି ଉପରେ ଗୁରୁତ୍ୱ ଦିଆଯାଉଛି। ଜନ ଜାଗରଣ ଓ ନାଗରିକ ଅଂଶଗ୍ରହଣ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଅଧୀନରେ ସମସ୍ତ ପ୍ରମୁଖ ଷ୍ଟେସନ ମାନଙ୍କରେ “ଅମୃତ ସମ୍ବାଦ” ଆୟୋଜନ କରାଯାଉଅଛି। ଏହି ଅଭିଯାନର କାର୍ଯ୍ୟକଳାପ ଓ ସଫଳତା ସୋସିଆଲ୍ ମିଡିଆ, ସ୍ଥାନୀୟ ପ୍ରେସ ଓ ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଚାର କରାଯିବ। “ବିଶେଷ ଅଭିଯାନ ୫.୦ କେବଳ ସ୍ୱଚ୍ଛତା ପାଇଁ ନୁହେଁ, ଏହା ଆମ କାର୍ଯ୍ୟସ୍ଥଳ ଓ ପରିବେଶକୁ ପରିବର୍ତ୍ତନ କରି ଏକ ପାରଦର୍ଶୀ, କାର୍ଯ୍ୟକ୍ଷମ ଓ ନାଗରିକ ସହଜ ପ୍ରଣାଳୀ ଗଠନ କରିବାର ଅଭିଯାନ। ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଏହି ଅଭିଯାନକୁ ସ୍ଥିର ରେଲୱେ ପ୍ରଚଳନର ଏକ ଆଦର୍ଶ ମଡେଲ୍ ରୂପେ ପରିଣତ କରିବା ପ୍ରତି ବଦ୍ଧପରିକର ଅଟେ। ଏହି ଅଭିଯାନ ଅକ୍ଟୋବର ମାସ ଭରି ଚାଲୁରହିବ ଯେଉଁଥିରେ ପ୍ରତିଦିନ ସ୍ୱଚ୍ଛତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ନିରୀକ୍ଷଣ ଓ ସଚେତନତା ଅଭିଯାନ ଆୟୋଜନ ହେବ,ଯାହା ଦୀର୍ଘକାଳୀନ ପରିଣାମ ଓ ଦୃଶ୍ୟମାନ ପରିବର୍ତ୍ତନ ସୁନିଶ୍ଚିତ କରିବ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026