ଆରତୀ ରଞ୍ଜନ ବିଶ୍ଵାଳ ସଇଁନ୍ଧା – ନଛିପୁର ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ କଲେ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  କଟକ ସଦର ଥାନା ଅନ୍ତର୍ଗତ କଟକସଦର‌ ବ୍ଲକ ର ଉରାଳି ଗ୍ରାମ ପଞ୍ଚାୟତର ତେଲେଙ୍ଗା ପେଣ୍ଠ ନିକଟସ୍ଥ ‌ସଇଁନ୍ଧା ନଛିପୁର ଅଞ୍ଚଳରେ ହୋଇଥିବା ୧୧ ଗୋଟି ଗଜଲକ୍ଷ୍ମୀ ମଣ୍ଡପରେ ପୂଜା କାର୍ଯ୍ୟ ତିନି ଦିନ ଧରି ଚାଲିଛି ।‌ ବୁଧବାର ସନ୍ଧ୍ୟାରେ କଟକ ସଦର ବିଜେଡି ନେତା ତଥା ସମାଜସେବୀ ଆରତ ରଞ୍ଜନ ବିଶ୍ଵାଳ ବେଙ୍ଗଲା ବାବୁ ବାଲିସାହି ଠାରୁ କୋଠସାହି ମଧ୍ୟରେ ହୋଇଥିବା ବିଭିନ୍ନ ପୂଜା ମଣ୍ଡପ‌ ପରିଦର୍ଶନ କରିଥିଲେ ।

ବାଲିସାହି ଠାରେ ବିଜୟ କୁମାର ଦାସ, ନିମାଇଁ ଚରଣ ସ୍ୱାଇଁ,‌‌ରୁଦ୍ର ପ୍ରଶନ ଦାସ, ଅନିଲ କୁମାର ବେହେରା ଉତ୍ତରୀୟ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆରତୀ ରଞ୍ଜନ ବିଶ୍ଵାଳ ଯେଉଁ ସବୁ ପୂଜା ମଣ୍ଡପ ନିକଟରେ ପହଞ୍ଚୁ ଥିଲେ ସେଠାରେ ପୂଜା ମଣ୍ଡପର କର୍ମକର୍ତ୍ତା ମାନେ ଶ୍ରୀ ବିଶ୍ଵାଳ ଙ୍କୁ ଉଚିତ ସମ୍ବର୍ଦ୍ଧିନା ପ୍ରଦାନ କରିଥିଲେ । ବର୍ଷା ପାଗ ସତ୍ତ୍ୱେ ସଇଁନ୍ଧା ନଛିପୁର ଅଞ୍ଚଳ ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ସନ୍ଧ୍ୟା ୭ ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଥିବା ଦେଖିବାକୁ ମିଳିଥିଲା ।

ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଡାନ୍ସ, ମେଲୋଡି , ପରିବେଷଣ କରାଯାଉଥିଲା ବେଳେ ‌କୋଠସାହି ଗ୍ରାମର ବିବେକାନନ୍ଦ ଯୁବକ ପକ୍ଷରୁ ସାମାଜିକ ନାଟକ ଦୁଇ ଦିନଧରି ଚାଲୁଅଛି । ସଇଁନ୍ଧା ନଛିପୁର ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକମାନଙ୍କ ଘରେ ପୂଜା ଦେଖିବା ପାଇଁ ବନ୍ଧୁବାନ୍ଧବଙ୍କ ଭିଡ ଜମିଛି । ସନ୍ଧ୍ୟାରେ ଲୋକମାନେ ପୂଜା ମଣ୍ଡପ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେବା ସହିତ ଚଟପଟି ଖାଦ୍ୟ ଖାଇବାର ମଜା ନେଉଛନ୍ତି ।

Exit mobile version