କଂଟାବାଞ୍ଜି ଏନ୍‌ଏସିରେ ସ୍ୱଚ୍ଛତା ଅଭିଯାନ ଫେଲ୍

— ଖୁଲା ମେଲା ଡ୍ରେନ୍ ପାଇଁ ଚିନ୍ତାରେ ସହବାସୀ !
— ନାଳ ଉପରୁ ପୁଣି ଜବରଦଳକ ଉଚ୍ଛେଦ କରାଯିବ – ଏନ୍‌ଏସି ଇଓ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜିର ସ୍ୱଚ୍ଛତା ଉପରେ ଚିନ୍ତା କରିବାକୁ କେହି ନାହାନ୍ତି । ଏଭଲି ଚର୍ଚ୍ଚା ଏବେ କଂଟାବାଞ୍ଜି ସହର ଭିତରେ । ସହରର ସ୍ୱଚ୍ଛତା ଅଭିଯାନ କୁ ଠିକ୍ କରିବା ଓ ସହରର ପରିମଳ ଚିନ୍ତା କରି ସଫେଇ କରିବାର ଦାୟିତ୍ୱ ଏବେ ଏନ୍ ଏସି ପାଖରେ ହେଲେ ଗତ କିଛି ମାସ ହେଲା ଏହାର ବ୍ୟତିକ୍ରମ ଦେଖାଦେଉଛି । ଏନ୍‌ଏସିରେ ପର୍ଯ୍ୟାପ୍ତ ମାତ୍ରାରେ ସଫେଇ କର୍ମଚାରୀ ରହିଛନ୍ତି କିନ୍ତୁ ସଫେଇ କାର୍ଯ୍ୟ ଧିମେଇ ଯାଇଛି ।

ଫଳରେ ଅନେକ ସ୍ଥାନରେ ଅଳିଆ ଆବର୍ଯନା ଭର୍ତ୍ତି ହୋଇ ପଡିଛ । ପାର୍ବଣ ରେ ମଧ୍ୟ ଏବେ ଅନେକ ସ୍ଥାନରେ ସଫେଇ ହେଉ ନଥିବାରୁ ଲୋକେ ଚିନ୍ତା ର ବିଷୟ ବୋଲି ଆଳୋଚନା କରୁଛନ୍ତି । କଂଟାବାଞ୍ଜି ଏନ୍‌ଏସିରେ ଏବେ ଜଣେ ନୂତନ ଭାବେ ସଫେଇ କାର୍ଯ୍ୟର ଦାୟିିତ୍ୱ ଟେଣ୍ଡର ଜରିଆରେ ପାଇଛନ୍ତି । ପ୍ରାୟ ୯୦ରୁ ଅଧିକ କର୍ମଚାରୀ ଏଥିରେ କାର୍ଯ୍ୟ କରୁଥିବା ଜଣାପଡିଛି । ଦିନକୁ ଦୁଇ ଥର କାମ ମଧ୍ୟ ଏହି କର୍ମଚାରୀ ବାହାରି କରୁଛନ୍ତି ହେଲେ କିଛି କାମ କୁ ନୁହଁ ।

ସକାଳୁ ସଫେଇ କାର୍ଯ୍ୟ ନିଜ ରୁଟ୍ ହିସାବ ରେ ରକୁଥିବା ବେଲେ ସନ୍ଧ୍ୟା ସମୟ ୪ଟାରୁ ସନ୍ଧ୍ୟା ୬ଟା ଏନ୍‌ଏସି କର୍ମଚାରୀ କେବଳ ଅଭିଯୋଗ ଆସୁଥିବା ସ୍ଥାନରୁ ସଫେଇ କରୁଛନ୍ତି । ଏଭଲି ସ୍ଥିତିରେ ଏବେ ଅନେକ ସ୍ଥାନରେ ମୁକୁଲା ଥିବା ଡ୍ରେନ୍ ମଧ୍ୟ ଅଧିକ ଚିନ୍ତା ବଢାଇଛି । ସହରର ମୁଖ୍ୟ ରାସ୍ତା ରେ ଏବେ ନର୍ଦ୍ଦମା ମୁକୁଲା ଥିବା ଦେଖିବାକୁ ମିଲିଛି । ସହରର ମୁଖ୍ୟ ଛକ କୁହାଯାଉଥିବା ଶାସ୍ତ୍ରୀ ଛକ ରୁ ନେଇ ଜଗନ୍ନାଥ ମନ୍ଦିର ପରିସର ଓ ଶାସ୍ତ୍ରୀ ଛକ ନିକଟ ରୁ ଇନ୍ଦିରା ଛକ ପର୍ଯ୍ୟନ୍ତ ଥିବା ଡ୍ରେନ ରେ ସମସ୍ୟା ରହିଛି ।

ଏହି ରାସ୍ତା ପାଶ୍ୱର୍ରେ ଅନେକ ସ୍ଥାନରେ ଡ୍ରେନ ରେ ପାଣି ଯାଇ ପାରୁନାହିଁ । କିଛି ସ୍ଥାନରେ ଦୋକାନୀ ମାନେ ଜବରଦଖଲ କରି ପିଣ୍ଡା କରିଦେଇଛନ୍ତି ତ କିଛି ସ୍ଥାନରେ ଡ୍ରେନକୁ ହିଁ ଗାୟବ କରି ଦେଇଛନ୍ତି । ଅଳ୍ପ ବର୍ଷାରେ ବେହାଲ ହେଉଛି ଏହି ସବୁ ସ୍ଥାନ । ଗତ କାଲି ଲଘୁଚାପର ଲଗାଣ ବର୍ଷାରେ ଏହି ରାସ୍ତା ରେ ବର୍ଷା ଜଳ କୁ ନିଷ୍କାସନ କରିବା ମଧ୍ୟ ମୁସ୍କିଲ କାହିଁକିନା ଏହି ଡ୍ରେନ ଏବେ ଜାମ୍ ହୋଇ ପଡି ରହିଛି । ସେହପିରି ସହରର ଆଶ୍ରମପଡା, ଆନନ୍ଦନଗର, ନୁଆପଡା, ପଟେଲ କଲୋନୀ ଏସବୁ ସ୍ଥାନରେ ଡ୍ରେନ ର ବ୍ୟବସ୍ଥା ଠିକ୍ ନଥିବା ରୁ ଲୋକେ ହଇରାଣ ହେଉଛନ୍ତି ।

ଅନେକ ପଡାକୁ କର୍ମଚାରୀ ମାନେ ପାଦ ମାଡୁନଥିବା ଅଭିଯୋଗ କରୁଛନ୍ତି ପଡାବାସୀ । କର୍ମଚାରୀଙ୍କୁ ଡାକି ସଫେଇ କରିବାକୁ କହିଲେ ସେହି କାମ ପାଇଁ କିଛି ଟଙ୍କା ମଧ୍ୟ ଦାବି କରୁଛନ୍ତି ସଫେଇ କର୍ମଚାରୀ । ଏସବୁ କୁ ପରିଚାଳନା କରିଆସୁଥିବା ସେନିଟେସନ୍ ଏକ୍ସପର୍ଟଙ୍କ ହେମନ୍ତ ସ୍ୱାଇଁଙ୍କ କହିବା ହେଲା ଆମେ ତ ଯାହା ହେବ ସଫା କରୁଛୁ ଆଜ୍ଞା ହେଲେ ବି ଆହୁରୀ କେଉଁଠି ସମସ୍ୟା ହେଉଛି ମୁଁ ଦେଖୁଛି ।

ତେବେ ସହରର ଏସବୁ ସମସ୍ୟାକୁ ନେଇ ଏବେ ପୁଣି ଦାୟିତ୍ୱ ନେଇଥିବା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟାଣ ଦଣ୍ଡସେନା କହିଛନ୍ତି ଯେ, ଆମେ ଅନେକ ସ୍ଥାନର ଏଭଳି ଡ୍ରେନ ପାଇଁ ଅଭିଯୋଗ ଶୁଣୁଛୁ । ଏହାକୁ ନେଇ ଆମେ ଏବେ ନୋଟିସ୍ କରିବା ପରେ ଦୋକାନ ଓ ପ୍ରତିଷ୍ଠାନ ଆଳରେ ସର୍ବସାଧାରଣ ନାଲ ଉପରେ ଜବରଦଖଲ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ସେହି ନାଳ ଉପରୁ ଜବରଦଖଲ ଉଚ୍ଛେଦ ମଧ୍ୟ କରିବୁ । ଏହାକୁ ଲୋକ ନ ମାନିଲେ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ ଏବଂ ନହାତି ଭାବେ ଆଗରୁ ପରିମଳ ବ୍ୟବସ୍ଥାକୁ ସୁଧାରିବୁ ବୋଲି କହିଛନ୍ତି ।

Exit mobile version