ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା ଏଜେଣ୍ଟ ଲିଆଫି ସମାବେଶ

ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା ଏଜେଣ୍ଟ ଲିଆଫି ମାନଙ୍କ ର ଏକ ସମାବେଶ ସ୍ଥାନୀୟ ଶ୍ରୀ ଶ୍ରୀ ଉମା ମହେଶ୍ୱର ଦେବ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଶାଖା ପରିଚାଳକ ଅନୟ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ,

ଭାରତୀୟ ଜୀବନ ବୀମା ଲିଆଫି ସଂଘ ଭୁବନେଶ୍ୱର ମଣ୍ଡଳ ସ୍ତରୀୟ ର ସମନ୍ଵୟ କମିଟି ଅଧକ୍ଷ ଦୀପକ କୁମାର ପଟ୍ଟନାୟକ, ସଭାପତି ବିଜୟ କୁମାର ସାହୁ,ଉପ ସଭାପତି ସୁଜିତ୍ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଜୟ ଶଙ୍କର ମାଲୁ ପ୍ରମୁଖ ଯୋଗଦେଇ ସାଂଗଠନିକ ଆଲୋଚନା ରେ ଦିଗ୍ ଦର୍ଶନ ଦେଇଥିଲେ ,ଵାଲୁଙ୍ଗା ଶାଖାର ଉର୍ଣ୍ଣୟନ ଅଧିକାରୀ,

ସି ଏଲ ଆଇ ବନ୍ଧୁମାନେ ଉପସ୍ଥିତ ରହିଥିଲେ ବାଲୁଗାଁ ଶାଖା ଲିଆଫି ସଙ୍ଘର ସଭାପତି ତ୍ରିଲୋଚନ ସାହୁ, ସମ୍ପାଦକ ରତିକାନ୍ତ ସାହୁ , କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ ପ୍ରମୁଖ କାର୍ଯ୍ୟ କ୍ରମର ସାମଗ୍ରୀକ ପରିଚାଳନା କରିଥିଲେ। ବାଲୁଗାଁ ଶାଖା ଲିଆଫି ସଙ୍ଘର ସମସ୍ତ ଜୀବନ ବୀମା ଏଜେଣ୍ଟ ଏହି ସମାବେଶ ଓ ବନ୍ଧୁ ମିଳନ ରେ ଯୋଗ ଦେଇଥିଲେ।

Exit mobile version