ନାଚୁଣୀ ଥାନା ସ୍ତରୀୟ ଭାଇଚାରା ସହାବସ୍ଥାନ କମିଟି ଗଠିତ

ନାତୁଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନାତୁଣୀ ଥାନା ର ଭାର ପ୍ରାପ୍ତ ଅଧିକାରୀ ଚନ୍ଦ୍ରଶେଖର ଜେନା ଙ୍କ ଉଦ୍ୟମ କ୍ରମେ ଏହି ଥାନା ଅନ୍ତର୍ଗତ ନାଚୁଣୀ ଓ ମୋରାମୋରି ଗ୍ରାମ ପଞ୍ଚାୟତ ର ସଂଖ୍ୟା ଲଘୁ ଓ ଅଣ ସଂଖ୍ୟା ଲଘୁ ବାସିନ୍ଦା ମାନଙ୍କ ର ପ୍ରତିନିଧି ମଣ୍ଡଳୀ ଙ୍କୁ ନେଇ ଏକ ଶାନ୍ତି ପୂର୍ଣ୍ଣ ସହାବସ୍ଥାନ କମିଟି ଗଠନ କରି ଛନ୍ତି ।

ଏହି ପାରସ୍ପରିକ ସଦ୍ଭାବ ଓ ସଂହତି ଥିବା ଅଞ୍ଚଳ ରେ ଭବିଷ୍ୟତ ରେ କୈ।ଣସି ଭୂଲ୍ ବୁଝାମଣା ଯୋଗୁଁ ଭାଇଚାରା ବ୍ୟାହତ ହେଵ ନାହିଁ ବୋଲି ମତାମତ ପ୍ରକାଶ ପାଇଥିଲା। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ମୋରାମୋରି ପଞ୍ଚାୟତ ର ସରପଞ୍ଚ ବସନ୍ତ କୁମାର ମାଳି, ସମାଜସେବୀ ରାମଚନ୍ଦ୍ର ପ୍ରଧାନ, ସାମ୍ବାଦିକ ପ୍ରଦ୍ୟୁମ୍ନ ରଞ୍ଜନ ସୁଆର, ଦିଲ୍ଲୀପ୍ କୁମାର ବରାଳ, ସେକ୍ ଵଖାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version