ବାଣପୁର ଅଞ୍ଚଳର ପ୍ରଥମ ମହିଳା ସ୍ନାତକ

ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଡ଼ାକ୍ତର ପ୍ରସନ୍ନ କୁମାର ରାଉତରାୟ ମହାପାତ୍ର ଙ୍କ ଦ୍ଵାଦଶାହ ସ୍ମୃତି ସଭା ଵିଧାରପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ମଞ୍ଚ ରେ ରାଜ୍ୟର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ସ୍ଵର୍ଗତ ଡାକ୍ତର ପ୍ରସନ୍ନ କୁମାର ରାଉତରାୟ ମହାପାତ୍ର ଙ୍କ ଦ୍ଵାଦଶାହ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପଦ୍ମଶ୍ରୀ ପୁରସ୍କାର ବିଜେତା ଉପେନ୍ଦ୍ର ମହାରଥୀ ଙ୍କ ଭାଇ ତଥା ବାଣପୁର ଅଞ୍ଚଳର ପ୍ରଖ୍ୟାତ ନାମା ସମାଜସେବୀ ରାମଚନ୍ଦ୍ର ମହାରଥୀ ଙ୍କ ଜାମାତା ସ୍ବର୍ଗତ ରାଉତରାୟ ମହାପାତ୍ର ନହରକଣ୍ଟାର ସମ୍ଭ୍ରାନ୍ତ ପରିବାର ରେ ଜନ୍ମ ଗ୍ରହଣ କରି ନହରକଣ୍ଟା ମହାବିଦ୍ୟାଳୟ ଓ ନହରକଣ୍ଟା ଫାର୍ମାସୀ କଲେଜ୍ ଆଦି ବହୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସ୍ଵ ପତ୍ନୀ ଙ୍କ ପିତ୍ରାଳୟ

ବାଣପୁର ର ନରେନ୍ଦ୍ର ପୁର ଏବଂ ବାଣପୁର ଚିଲିକା ଅଞ୍ଚଳ ର ବହୁ ବିକାଶମୂଳକ କାର୍ଯ୍ୟ ରେ ସଂଶ୍ଲିଷ୍ଟ ଥିବା ପରିପ୍ରେକ୍ଷୀରେ ତାଙ୍କର ଉତ୍ସର୍ଗୀକୃତ କର୍ମମୟ ଜୀବନ ର ଅନୁଶୀଳନ ଓ ସ୍ମୃତି ଚାରଣ ପୂଜ୍ୟପୂଜା ର ଏକ ଉଜ୍ଜ୍ୱଳ ଦ୍ରୃଷ୍ଟାନ୍ତ ବୋଲି ସ୍ମୃତି ସଭାରେ ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା। ପ୍ରାରମ୍ଭରେ ବିଶିଷ୍ଟ ଶିକ୍ଷାବିତ ତଥା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ର ଅବିଭକ୍ତ ପୁରୀ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସାମନ୍ତସିଂହାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶର ପ୍ରାରମ୍ଭରେ ସାହିତ୍ୟ ସିନ୍ଦୁରା ର ସମ୍ପାଦକ ଗୋଲକ ବିହାରୀ ପରିଡ଼ା ପ୍ରାରମ୍ଭିକ ଅଭିଭାଷଣ କ୍ରମରେ ସ୍ଵର୍ଗତ ଡାକ୍ତର ପ୍ରସନ୍ନ କୁମାର ରାଉତରାୟ ମହାପାତ୍ର ଙ୍କ ଉପରେ ଏକ ସାରଗର୍ଭକ ସ୍ଥୂଳ ଚିତ୍ର ପ୍ରଦାନ କରିଥିଲେ।

ବିଭିନ୍ନ ଅନୁଷ୍ଠାନ ଓ ଶ୍ରଦ୍ଧାଳୁ ବ୍ୟକ୍ତି ମାନଙ୍କ ଦ୍ଵାରା ପ୍ରସନ୍ନ ବାବୁଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଜ୍ଞାପନ କରିବା ପରେ ମହେଶ୍ୱର ଜେନା, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀ ଚରଣ ପ୍ରଧାନ , ଆଇନଜୀବୀ ରବୀନ୍ଦ୍ରନାଥ ପ୍ରଧାନ, ସ୍ମୃତି ପଟ୍ଟନାୟକ, କବି ଦିଗମ୍ବର ବିଶ୍ଵାଳ,ପ୍ରମୋଦ କୁମାର ଦାସ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଦିବଂଗତ ଆତ୍ମା ର ସଦ୍ ଗତି କାମନା କରି ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଭାଟପଡା ଗଡ଼ ର ରାଜା ସାହେବ ମାନଵେନ୍ଦ୍ର ମହାରଥା ତାଙ୍କ ର ବକ୍ତବ୍ୟ ରେ ସ୍ବର୍ଗତ ରାଉତରାୟ ମହାପାତ୍ର ଙ୍କ ସହଧର୍ମିଣୀ ସର ଦେବୀ (ବାଣପୁର ଅଞ୍ଚଳର ପ୍ରଥମ ମହିଳା ସ୍ନାତକ) ଙ୍କ ର ପ୍ରଚ୍ଛନ୍ନ ପ୍ରେରଣା ତାଙ୍କ ପତି ଙ୍କ ପ୍ରତିଭା ର ଉତ୍ତରଣରେ ପ୍ରଭାବିତ ହୋଇ ଥିଲା ବୋଲି ପ୍ରକାଶ କରିଥିଲେ । ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାମନ୍ତସିଂହାର ତାଙ୍କର ଦୀର୍ଘ ସାରଗର୍ଭକ ଭାଷଣ ରେ ଉଭୟ ମହାରଥୀ ପରିବାର ଓ ରାଉତରାୟ ପରିବାର ସହ ସଂଶ୍ଲିଷ୍ଟ ଥିବା ପରିପ୍ରେକ୍ଷୀରେ ତାଙ୍କର ଅଙ୍ଗ ନିଭା ଅନୁଭୂତି ପ୍ରଦାନ କରି ଥିଲେ । ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀନାରାୟଣ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version