୫୮ତମ କୁମାର ଉତ୍ସବ ଛାତିଶା ନିଯୋଗ ନାୟକ ଙ୍କ ଦ୍ୱାରା ଉଦଘାଟିତ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଶ୍ରୀକ୍ଷତ୍ରର ପୁରାତନ କୁମାର ଉତ୍ସବ ସମିତି ପକ୍ଷରୁ ୫୮ ତମ କୁମାର ଉତ୍ସବ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ବୁଧବାର ସଂଧ୍ଯାରେ ଉଦଘାଟିତ ହୋଇଯାଇଛି । ଉତ୍ସବକୁ ଶ୍ରୀମନ୍ଦିର ଛତିଶାନିଯୋଗର ମହାନାୟକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ଯ ଜନାର୍ଦ୍ଦନ ପାଟ୍ଟଯୋଶୀଙ୍କ ମହାପାତ୍ର ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ସୁପ୍ରିମ କୋର୍ଟ ଆଇନଜୀବୀ ବିରଜା ମହାପାତ୍ର, ସରସ୍ବତୀ ପାତ୍ର,ମନୋଜ ରଥ, ଅମରେନ୍ଦ୍ର ପାଇକରାୟ, ବିଦୁଲତା ଆଚାର୍ଯ୍ୟ,ଚକ୍ରଧର ମହାପାତ୍ର, ଶ୍ରୀକାନ୍ତ ମହାନ୍ତି,ସୁକାନ୍ତ ପଣ୍ଡା, ସମ୍ପାଦଜ ସ୍ୱାଧୀନ ପଣ୍ଡା,ଶ୍ୟାମ ପ୍ରକାଶ ସେନାପତି ଓ ଭରତ ନାୟକ ପ୍ରମୁଖ ମଞ୍ଚାସିନ ହୋଇ ଉତ୍କଳ ର ପରମ୍ପରା ବିଷୟରେ କହିଥିଲେ |

ଓଡ଼ିଶାର କଳା ସଂସ୍କୃତି ଐତିହ୍ଯ ଓ ପାରମ୍ପରିକ ନୃତ୍ଯ ପରିବେଷଣ ଏହି ଅନୁଷ୍ଠାନ କରୁଥିବାରୁ ଭୂୟଂଶୀ ପ୍ରଶଂସା କରିଥିଲେ । ଶ୍ରୀକ୍ଷେତ୍ର କୁମାରୀ ଭାବେ. ଡି ଏ ଭି ପବ୍ଲିକ ସ୍କୁଲର ଛାତ୍ରୀ ଅରୋଶିଖା ରଥ ଓ ଶ୍ରୀକ୍ଷେତ୍ର କୁମାର ଭାବେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ଲଗ୍ନଲୋକିତ ତ୍ରିପାଠୀ ଙ୍କୁ ସାନମାନିତ କରାଯାଇଥିଲା | ଶ୍ରୀକ୍ଷେତ୍ର ଗୃହିଣୀ ଭାବେ ରଚନା ଦାଶ ଙ୍କୁ ପ୍ରଦାନ କରାଯାଇଥିଲା |
ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ମିଶ୍ର ସଭାପତିତ୍ୱ କରିଥିଲେ|ସଭାପତି ବିଭୁପ୍ରସାଦ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର ମଞ୍ଚାସିନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବରଦ ମହାବୀର ମେଢ ନୃତ୍ଯ ଗୃପ ଦ୍ବାରା ମେଢ ନୃତ୍ଯ ପରିବେଷଣ କରାଯାଇଥିଲା ।

ପୁରୀର ଅନନ୍ୟା କଳାମନ୍ଦିର ମହାରୀ ନୃତ୍ଯ ପରିବେଷଣ କରିଥିଲେ । ପରେ ବଲାଙ୍ଗୀର ଲୋଇସିଙ୍ଗା ର ସଙ୍ଗୀତ ସାଧନା ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ଯ ପରିବେଷଣ ହୋଇଥିଲା । ପୁରୀର ରୂପା ଆଣ୍ଡ ଗ୍ରୁପ ପକ୍ଷରୁ ସଙ୍ଗୀତ ରୂପକ କୁଆଁର ପୁନେଇ ଜହ୍ନ ଓ ନୃତ୍ଯ ବିଚିତ୍ରା ବେଶ ମନଛୁଆଁ ହୋଇଥିଲା । ପୁରୀ ୟୁନିକ ଷ୍ଟାଇଲ ମାଲଖମ୍ବ ଗ୍ରୁପ ପକ୍ଷରୁ ଚିତାକର୍ଷକ ମାଲଖମ୍ବ କ୍ରୀଡା ପ୍ରଦଶିର୍ତ କରିଥିଲେ । ବାଳଗୋପାଳ ଅଷ୍ଟକମ ଓଡ଼ିଶୀନୃତ୍ୟ ଓ ମହୁଆ ପାଣିଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ଯ ପରିବେଷଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅତିଥିମାନଙ୍କ ଦ୍ବାରା ସ୍ମରଣିକା ଉନ୍ମୋଚନ, ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ କରାଯାଇଥିଲା । ଶୁକ୍ରବାର ସଂଧ୍ଯାରେ ଇରା ମହାନ୍ତିଙ୍କ କଣ୍ଠସ୍ବର ଯାଦୁରେ ଝୁମିବେ ଦର୍ଶକ ।

Exit mobile version