ମିନି ଷ୍ଟାଡିୟମରେ ୨୯ ନିଟ୍ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ଢେଙ୍କାନାଳ :- ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ସମୟ ସକାଳ ୭ଟା ୪୦ମିରେ ଜିଲ୍ଲାର ୨୯ ଜଣ ନିଟ୍ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ ସଫଳ କାମନା କରି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ତିନି ପରୀକ୍ଷା କେନ୍ଦ୍ରକୁ ଗମନର ଶୁଭାରମ୍ଭ କରିଛନ୍ତି। ଅନୁଗୋଳ ଓ କଟକ କେନ୍ଦ୍ରକୁ ୬ ଜଣ ଲେଖାଏଁ ଯାଇଥିବା ବେଳେ ଭୁବନେଶ୍ବର ପରୀକ୍ଷା କେନ୍ଦ୍ରକୁ ୧୭ ଜଣ ନିଜ ନିଜ ଅବିଭାବକଙ୍କ ସହ ଦଶଟି ବୋଲେରୋ ଗାଡ଼ିରେ କୋଭିଡ୍ କଟକଣାକୁ ମାନି ଗମନ କରିଛନ୍ତି ।

ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଢେଙ୍କାନାଳ ଆର୍ ଟି ଆଇ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ତ୍ରିପାଠୀ, ଆର୍ ଟି ଓ ଶ୍ରୀ ବସନ୍ତ କୁମାର ମାଝୀ, ସଦର ତହସିଲଦାର ଶ୍ରୀ ଲକ୍ଷ୍ମୀଧର ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। (ରିପୋର୍ଟ, ଅମର ରଞ୍ଜନ ଦାସ)

Exit mobile version