ରାମନାଗୁଡାରେ ମା ଦୁର୍ଗାଙ୍କୁ ଦେଲେ ମେଲାଣି

ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାୟଗଡ଼ା ଜିଲ୍ଲା ରାମନାଗୁଡା ଠାରେ ମହିଷାମର୍ଦ୍ଧିନୀ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତୀମା ବିସର୍ଜନ ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହୋଇଛି। ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ସହର ପରିକ୍ରମା କରାଯାଇଥିଲା।ଶାସ୍ତ୍ରୀୟ ବିଧି ମୁତାବକ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ମା’ଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା।ସୂଚନା ଥାଉକି ଦଶମୀ ପର ଦିନ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମାଁ ଙ୍କ ମେଲାଣି କାର୍ଯ୍ୟକ୍ରମ ହୋଇ ପାରି ନଥିଲା ତେଣୁକରି ରବିବାର ସନ୍ଧ୍ୟା ରେ ମାଁ ଙ୍କୁ ମେଲାଣି ଦିଆ ଯାଇଥିଲା।

ସ୍ଥାନୀୟ ଅଞ୍ଚଳର ଭକ୍ତମାନଙ୍କ ଦ୍ବାରା ମା’ଙ୍କୁ ପୂଜାର୍ଚ୍ଚନା କରି ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ମୃଣ୍ମୟୀ ପ୍ରତୀମାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇ। ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ରଙ୍ଗୀନ ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣ ଓ ପାର୍ଶ ଦେବାଦେବୀଙ୍କୁ ନେଇ ପୂଜା ମଣ୍ଡପ ଚହଟିଥିଲା।ଏହି ସାତ ଦିନ ଧରି ଏହି ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ରାମନାଗୁଡା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଥିଲା।

ମାଁ ଦୁର୍ଗାଙ୍କ ପୂଜା ଦେଖିବା ନିମନ୍ତେ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ରାମନାଗୁଡା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ମାଁ ଙ୍କ ଭଶାଣି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାକୁ ଦୁଷ୍ଟିରେ ରଖି ରାମନାଗୁଡ଼ା ପୋଲିସ ଏବଂ ଓଡିଶା ଡ୍ରାଇଭର ମହାସଙ୍ଘ ରାମନାଗୁଡ଼ା ବ୍ଲକ ର ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।

Exit mobile version