କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା ପଞ୍ଚାୟତର କମଡକାମ୍ବା ଗ୍ରାମର ଯଶୋବନ୍ତ ଅମାତ। ଘଟଣା ରୁ ପ୍ରକାଶ ଯେ, ଗଞ୍ଜେଇ ଚାଲାଣ ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ।
