Home ଓଡ଼ିଶା କାର୍ତ୍ତିକ ବ୍ରତ ପାଇଁ ମା ମାନେ ରହିଲେ ହବିଷ୍ୟାଳୀ କେନ୍ଦ୍ର ରେ ଜିଲ୍ଲାପାଳ ତଦାରଖ କଲେ ସମସ୍ତ କେନ୍ଦ୍ର ଓ କଥା ହେଲେ ମା ମାନଙ୍କ ସହ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚଳିତ ବର୍ଷ ର କାର୍ତ୍ତିକ ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୭ ତାରିଖ ଠାରୁ ଆରମ୍ଭ ହେବ।ଏହି ବ୍ରତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ଗତକାଲି ସଂଧ୍ୟା ଠାରୁ ଅନଲାଇନ ମାଧ୍ୟମରେ ଆବେଦନ କରି ଯୋଗ୍ଯ ବିବେଚିତ ହୋଇଥିବା ହବିଷ୍ୟାଳୀ ମା ମାନେ ନିର୍ଦ୍ଧାରିତ କେନ୍ଦ୍ର ମାନଙ୍କ ରେ ପଞ୍ଜିକରଣ କରାଇ ନିଜ ନିଜ ରୁମକୁ ଯାଇଥିଲେ । ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସକାଳୁ ସମସ୍ତ କେନ୍ଦ୍ର ପରିଦର୍ଶନ କରିଥିଲେ । ପଞ୍ଜିକରଣ କାର୍ଯ୍ୟ ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା କୁ ଜିଲ୍ଲାପାଳ ଅନୁଧ୍ୟାନ କରି ଦାୟିତ୍ୱ ରେ ଥିବା ଅଧିକାରୀ ମାନଙ୍କୁ ବିବିଧ ପରାମର୍ଶ ଦେଇଥିଲେ ।ଯେପରି କୌଣସି କ୍ଷେତ୍ରରେ ହବିଷ୍ୟାଳୀ ମା ମାନଙ୍କ ର ଅସୁବିଧା ନ ହୁଏ ସେଥି ପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପରେ ହବିଷ୍ୟାଳୀ ମା ମାନଙ୍କ ସହ, ସ୍ବେଚ୍ଛାସେବୀ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ। ବିଭିନ୍ନ କେନ୍ଦ୍ର ରେ ବରିଷ୍ଠ ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ବିଭାଗର ଅଧିକାରୀ, କର୍ମଚାରୀ, ସ୍ବେଚ୍ଛାସେବୀ, ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ପ୍ରମୁଖ କାର୍ଯ୍ୟରତ ଅଛନ୍ତି।ଆଜି ସଂଧ୍ୟା ସୁଦ୍ଧା ୧୯୫୦ ଜଣ ହବିଷ୍ୟାଳୀ ମା ପଞ୍ଜିକରଣ କରି ବିଭିନ୍ନ କେନ୍ଦ୍ର ରେ ରହିଥିବାର ସୂଚନା ମିଳିଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର by Proprietor Abhimanyu Maharana July 10, 2026 ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର by Proprietor Abhimanyu Maharana July 10, 2026 ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା by Proprietor Abhimanyu Maharana July 10, 2026 Chakradhara Mallik Foundation hosts Pitha Competition in USA by Proprietor Abhimanyu Maharana July 10, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ by Proprietor Abhimanyu Maharana July 10, 2026 କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି by Proprietor Abhimanyu Maharana July 10, 2026