କାଳିମେଳା ଵନାଞ୍ଚଳ ସଭାଗୃହ ଠାରେ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କାଳିମେଳା ବନାଞ୍ଚଳ ସଭାଗୃହ ଠାରେ ୭୧ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ୟଜନ୍ତୁ ତଥା କଇଁଛ ଓ ସାପ ଭଳି ପ୍ରାଣୀଙ୍କ ସୁରକ୍ଷା ବିଷୟ ରେ ଆଲୋଚନା ହେଵା ସହ ସେମାନଙ୍କର ସୁରକ୍ଷା ଓ ଅବାଧ ଶିକାରକୁ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ବଣ ଜଙ୍ଗଲ ନିକଟରେ ରହୁଥିବା ଗ୍ରାମ ଗୁଡିକରେ ବର୍ଷା ସମୟରେ ବିଭିନ୍ନ ସରୀସୃପ ଦେଖା ଦେବା ସହ ଆକ୍ରମଣ ହେଉଥିବା ନଜର ରହିଛି ‌ ।

ବିଶେଷ କରି ଭାରତରେ ୨୭୬ ପ୍ରକାରର ସାପ ଦେଖାଯାଊଥିବା ବେଳେ ଓଡ଼ିଶାରେ ମାତ୍ର ୮୦ ପ୍ରକାର ସାପ ମିଳିଥାନ୍ତି । ମାଲକାନଗିରି ଜିଲ୍ଲାର ପଡ଼ିଆ ଓ କାଳିମେଳା ଅଂଚଳରେ ସର୍ପଘାତ ଅଧିକ ରହିଥିବା ବେଳେ ଏହି ଅଞ୍ଚଳରେ ବ୍ୟାପକ ସଚେତନତାର ଆବଶ୍ୟକ ଏହାର ପ୍ରତିକାର ବାବଦରେ ଆଲୋଚନା କରାଯାଇଥିଲା । ସର୍ପଦଂଶ ସମୟରେ ପାରମ୍ପରିକ ଚିକିତ୍ସା ଯଥା ଚେରମୂଳି ପ୍ରୟୋଗ , ବିଷକୁ ମୁହଁ ଲଗେଇ ବାହାର କରିବା,

ଗୁଣିଗାରେଡିର ପ୍ରୟୋଗ କରିବା, ପ୍ରଭାବିତ ସ୍ଥାନକୁ କୈ।ଣସି ଧାରୁଆ ଅସ୍ତ୍ରରେ କାଟିବା ଭଳି କାର୍ଯ୍ୟ ନକରିବାକୁ ପରାମର୍ଶ ଦିଆଯାଇଥିଲା । ସେହିଭଳି କଇଁଛ କୁ ସାଧାରଣ ଲୋକେ ଖାଦ୍ୟ ଭାବରେ ଗ୍ରହଣ କରିଥିବାରୁ ଏ ବାବଦରେ ସଚେତନତାର ଆବଶ୍ୟକ ରହିଛି । ଆଜିର ଏହି କାର୍ଯ୍ୟକ୍ରମ କାଳିମେଳା ରେଞ୍ଜରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ ଏସିଫ ମନସୁନ୍ ଖେମୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସର୍ପ ବିଶେଷଜ୍ଞ ଆକାଶ ପ୍ରଧାନ ଓ ଆୟୁସି ନିଜର ବକ୍ତବ୍ୟ ରଖିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମକୁ ଵନପାଳ ମୃତ୍ୟୁଞ୍ଜୟ ସେଠୀ ପରିଚାଳନା କରିଥିବା ବେଳେ କାଳିମେଳା ରେଞ୍ଜର ସମସ୍ତ ଷ୍ଟାଫ୍ ଙ୍କ ସମେତ ଏ ନ ଜି ଓ କର୍ମୀ ଶ୍ରୀନିବାସ ପାତ୍ର, ଏନ୍ ରବି କୁମାର ସମେତ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ , ବନ ସୁରକ୍ଷା ସମିତିର ସଦସ୍ୟ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷ ରେ ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Exit mobile version