ରେଳବାଇ ଟ୍ରାକରୁ ମୃତ ଦେହଁ ଉଦ୍ଧାର

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳର ମହୁଲବାହାଲି ଗାଁ ପାଖ ରେଳୱେ ଟ୍ରାକରୁ ଜଣକର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ମହୁଲବାହାଳି ଗାଁ ର ଜିତ ମାଝୀ (୫୨) ଗତକାଲି ରାତିରେ ଯାଇ ରେଳୱେ ଟ୍ରାକ ରେ ଶୋଇ ପଡି ଆତ୍ମହତ୍ୟା କରି ଥିବା ଜଣାପଡ଼ିଛି । ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ । ସକାଲୁ କିଛି ବ୍ୟକ୍ତି ଏହାକୁ ଦେଖି କଣ୍ଟାବାଞ୍ଜି ଜିଆର ପି ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳ ରେ କଣ୍ଟାବାଞ୍ଜି ଜି ଆର୍ ପି ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ କରିଛି । ପାରିବାରିକ ଅସନ୍ତୋଷ କାରଣରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ଏ ସମ୍ପର୍କରେ ଜିଆରପି ଅଧିକାରୀ ମକାରୁ ସାହୁ କହିଛନ୍ତି ଯେ ଆମେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛୁ ବୋଲି କହିଛନ୍ତି ।

Exit mobile version