Home ଓଡ଼ିଶା କଣ୍ଟାବାଞ୍ଜିରେ ଚୋରଙ୍କ ଆତଙ୍କ : ଜଗୁଆଳିକୁ ପ୍ରଣାନ୍ତକ ଆକ୍ରମଣ ପରେ ଘରେ କଲା କନା ବୁଲାଇଲେ ଦୁର୍ବୁତ୍ତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ରେ ବଢ଼ିବାରେ ଲାଗିଛି ଚୋରଙ୍କ ଆତଙ୍କ । କିଛିଦିନ ତଳେ ପ୍ରାଣୀ ଚିକିତ୍ସାଳୟରୁ ଏସି ଚୋରି କରିଥିଲେ । ସେହିପରି ଗତକାଲି ରାତି ସହରର ଆମ୍ବପଡାରେ ଥିବା ଶୁଶାନ୍ତ ମହାନ୍ତି ଙ୍କ ଘରୁ କଲା କନା ବୁଲାଇଛନ୍ତି । ଥାନା ରେ ଦେଇଥିବା ଅଭିଯୋଗ ଅନୁସାରେ ଶୁଶାନ୍ତ ଘରେ ନଥିବା ସମୟରେ ଜଗୁଆଳି ଚୁଡାମଣି ପୁଟେଲ ଘରକୁ ଜଗିଥିଲେ । ତେବେ ଦୃବୁତ ମାନେ ଘରେ ପଶି ଜଗୁଆଳି କୁ ପ୍ରଣାନ୍ତକ ଆକ୍ରମଣ କରିବା ପରେ ଘର ଭିତରେ ଥିବା ସାମଗ୍ରୀ ଚୋରି କରି ଗଡ୍ରେଜ ଦୁଇଟି ଭାଙ୍ଗି ସେଥିରୁ ସୁନା ହାର, ମୁଦି, ରୁପା ପାୟଲ ସହ ନଗତ ଟଙ୍କା ମଧ୍ୟ ଚୋରି କରି ନେଇଛନ୍ତି । ତେବେ ଘରେ ଥିବା କମ୍ପୁଟର, ଟ୍ୟାବଲେଟ, ମୋବାଇଲ ମଧ୍ୟ ଚୋରି ହୋଇଥିବା ଦର୍ଶାଇଛନ୍ତି । ଏଥିରେ ୬ ଜଣ ଚୋର ସାମିଲ ଥିବା ଜଣାପଡିଛି । ଅଭିଯୋଗ କୁ ଭିତି କରି କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ତଦନ୍ତ ଜାରି ରହିଛି । ବଲାଙ୍ଗୀର ସାଇଣ୍ଟିଫିକ ଦଳ ମଧ୍ୟ ଆସି ଏହାର ତଦନ୍ତ କରିବା ସହ ଘଟଣା ସ୍ଥଳରୁ ଅନେକ ନମୁନା ସଂଗ୍ରହ କରିଛନ୍ତି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026