Home ଓଡ଼ିଶା ଘୋଡାକଣ ବ୍ରିଜ୍ ଉପରୁ ବର୍ଷା ପାଣିରେ କାର ସହ ଭାସିଯାଇଥିବା ଚାଳକ ୪୮ ଘଣ୍ଟା ପରେ କାରସହ ଶବ ଠାବ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଲଗାଣ ବର୍ଷା ଆଉ ଜଣେକର ଜୀବନ ନେଇଗଲା । ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମର ଯୁବ ବ୍ୟବସାୟୀ ପ୍ରତାପ କୁମାର ପଣ୍ଡା ପାଣିର ପ୍ରଖର ସ୍ରୋତରେ ଭାସି ଯିବା ଦୁଇଦିନ ହେଲା ନିଖୋଜ ହୋଇଥିଲେ । ଆଜି କାଳିଆତୋଟା ନାଳରୁ କାର୍ ସହ ତାଙ୍କ ଶବକୁ ଉଦ୍ଧାର କରାଯାଇଛି । ପ୍ରତାପ ଗତ ୨ ତାରିଖରେ କାରରେ ନିଜ ଦୋକାନ ତରଭାରୁ କାରରେ ଘୋଡାକୋଣ ରାସ୍ତା ଦେଇ ଆର,ଉଦୟଗିରି ନିଜ ଘରକୁ ଫେରୁଥିଲେ । ନିକଟସ୍ଥ ପୋଲରେ ୩ ରୁ ୪ ଫୁଟ ଉପରେ ପାଣି ଚାଲୁଥିଲା । ଏହାକୁ ଅତିକ୍ରମ କରୁଥିବା ବେଳେ ପ୍ରତାପ ଭାରସାମ୍ୟ ହରାଇ ଭାସି ଯାଇଥିଲେ । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କାରଟିକୁ ୨ କିଲୋମିଟର ପର୍ଯ୍ୟନ୍ତ ଭସାଇ ନେଇଥିଲା । ୨ କିଲୋମିଟର ଅପରାହ୍ଣ ସାଢେ ଗୋଟେରେ ପ୍ରତାପଙ୍କ ମୋବାଇଲ୍ ସ୍ବିଚ୍ ଅଫ୍ ହୋଇଯାଇଥିବା ବେଳେ ବ୍ୟସ୍ତବିବ୍ରତ ପରିବାରବର୍ଗ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ଆଜି ଆର,ଉଦୟଗିରି ଥାନାରେ ପତ୍ନୀ ରୀନା ପଣ୍ଡା ନିଖୋଜ ଏତଲା ଦେଇଥିଲେ । ମସାଣିରେ ଶବ ଦାହା ସରବା ପରେ କାଳିଆତୋଟା ନାଳରେ ଜଣେ ଯୁବକ ନାଳରେ ଗାଧେଇବା ବେଳେ ତାଙ୍କ ଗୋଡରେ କାରର କିଛି ଅଂଶ ବାଜିଥିଲା । ଏହାପରେ ପାଣି ଭିତରେ ବୁଡି ଖୋଜାଖୋଜି କରିବା ବେଳେ କାର୍ ଭିତରୁ ଶବ ଠାବ କରିଥିଲେ । ଦମକଳ ବାହିନୀ ପହଞ୍ଚି ପ୍ରତାପଙ୍କ ଶବକୁ ଜବତ କରିଥିବା ବେଳେ ପରିବାର ବର୍ଗ ଚିହ୍ନଟ କରିଥିଲେ । ଏନେଇ ଆର,ଉଦୟଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ତାଙ୍କ ଶବ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ପଠାଯାଇଛି ବୋଲି ସୂଚନା ମିଳିଛି । ଗତ ଆଠ ବର୍ଷ ତଳେ ପ୍ରତାପ ଛେଳିଗଡ ଓ ଛେଳାଗଡ ନିକଟରେ ହୋଇଥିବା ଏକ ଦୁର୍ଘଟଣାରୁ ଗୁରୁତର ଆହତରୁ ବତ୍ତିଯାଇଥିଲେ । ପ୍ରତାପଙ୍କ ସାନଭାଇ କହିଛନ୍ତି ଆମ ଭାଇ ବସୁଦେଲେ ଟେନ୍ସନ୍ ରହିଥିଲେ କାରଣ ସ୍ବାମୀ ସ୍ତ୍ରୀ ମଧ୍ୟରେ ସବବେଳେ ଝଗଡା ଲାଗିରହୁଥିଲା । ତାହାସହ ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଆଘାତ ହୋଇଥିଲା ସେହିଦିନରୁ ମୋର ଭାଇ ମୁଣ୍ଡ ଠିକ୍ କାମକରୁନଥିଲା । Categories: ଓଡ଼ିଶା, କଟକ, ଗଜପତି, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026