Home ଓଡ଼ିଶା ବରୁଣେଇରେ ବାରହା ଆକ୍ରମଣ ଘଟଣା : ପାହାଡ ଚଢାରେ ଲାଗିଲା କଟକଣା, କ୍ଷତିପୂରଣ ଦାବି। by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବରୁଣେଇ ପାହାଡରେ ବାରହା ଆକ୍ରମଣରେ ଜନୈକ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ । ଆହତ ୩ଜଣ ହେଲେ ଜଟଣୀ ଥାନା ଗାନ୍ଧୀନଗର ର ବାସୁଦେବ ବାରିକ (୨୦), ଜଟଣୀର ବରୁଣ କୁମାର ସାହୁ (୨୧) ଏବଂ ସଦରଥାନା ଅନ୍ତର୍ଗତ ବୋତଳମା ଗ୍ରାମର ମନୋରଞ୍ଜନ ଶତପଥୀ (୨୧) ବାସୁଦେବ ଅତି ଗୁରୁତର ଆହତ ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ଗୁହସ୍ପିଟାଲ ଓ ପରେ କଟକ ବଡ ମେଡିକାଲରେ ଚିିକିତ୍ସାଧିନ ଅଛନ୍ତି । ମୃତ ପୁଲିସ କର୍ମଚାରୀ ହେଲେ ଯାଜପୁର ଜିଲା କୋରଇ ଥାନା ମାଧବପୁର ଗ୍ରାମର ପ୍ରଦୀପ କୁମାର ପେରେଇ (୩୧) ସେ ଷଷ୍ଠ ବାଟାଲିୟନ (ଓଏସଏପି,କଟକ) କର୍ମଚାରୀ ହୋଇଥିବା ବେଳେ ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ବରୁଣେଇ ବିଟ୍ ହାଉସରେ କାର୍ଯ୍ୟରତ ଥିଲେ। ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଶିଳ୍ପାଂଚଳ ଥାନାରେ ୧୫/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଓଏସଏପି ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଖବର ପାଇ ବାଟାଲିୟନ ସଭାପତି ଅଶୋକ ବେହେରା ଏବଂ ଟିମ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସେମାନେ ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି । ଏଥି ସହିତ ପରିବାରରୁ ଜଣକୁ ଚାକିରୀ ଦେବା ପାଇଁ ସରକାରଙ୍କ ନିକଟରେ ନିବେଦନ କରାଯିବ ବୋଲି କହିଛନ୍ତି।ଅନ୍ୟ ପକ୍ଷରେ ବରୁଣେଇ ପାହାଡ ଉପରେ ବାରହା ଆକ୍ରମଣ ଘଟଣାରେ ଜଣେ ମୃତ୍ୟୁ ବରଣ କରିବା ଘଟଣାକୁ ବନ ବିଭାଗ ଗୁରୁତର ସହ ଗ୍ରହଣ କରିଛି । ବର୍ତମାନ ପାହାଡ ଉପରେ ଏକାଧିକ, ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ରହିଛନ୍ତି । କୌଣସି ଅଘଟଣ ଆଶଙ୍କାରେ ବରୁଣେଇ ପାହାଡ ଉପରକୁ ଚଢିବାକୁ ବାରଣ କରାଯାଇଛି । ଏହା ଉପରେ ବନବିଭାଗ ପକ୍ଷରୁ ସାମୁହିକ ଭାବେ କଟକଣା ଜାରି କରାଯିବ ବୋଲି ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ ସୂଚନା ଦେଇଛନ୍ତି । ତେବେ ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ବରୁଣେଇରେ ଅଧିକ ପୁଲିସ ମୁତୟନ କରାଯିବ । ବରୁଣେଇ ପାହାଡ ଉପରକୁ ନ’ଚଢିବା ପାଇଁ ପର୍ଯ୍ୟଟକ ମାନଙ୍କୁ ସଚେତନ କରାଯିବ,ଏହା ସହିତ ସନ୍ଧ୍ୟା ପରେ ବରୁଣେଇରେ ବୁଲାବୁଲି ଉପରେ କଟକଣା କରାଯିବ ବୋଲି ଏସ୍ପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026 ପ୍ରଶାସନ ଶୁଣିଲାନି, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ପରେ ପ୍ରତିଶ୍ରୁତି by Proprietor Abhimanyu Maharana October 3, 2026 ଐତିହାସିକ ଗାନ୍ଧୀ ପୀଠ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ ପ୍ରଦାନ by Proprietor Abhimanyu Maharana October 3, 2026 ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026