Home ଓଡ଼ିଶା ପ୍ରାଣୀ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ପ୍ରଥମ ପୁରୁଣା ଛାତ୍ରଛାତ୍ରୀ ସମ୍ମିଳନୀ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନିଆଳି ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ବିଭାଗର ପ୍ରଥମ “ଆଲୁମିନି ମିଳନ” କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବିନୋଦ ବିହାରି ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ବିକାଶ ଧାରାକୁ ଆଗେଇ ନେବା ସହ ଆଗାମୀ ସୁବର୍ଣ୍ଣ ଜୟନ୍ତି ଉତ୍ସବକୁ ସଫଳ କରିବାପାଇଁ ପ୍ରାଣୀ ବିଭାଗର ଅବଦାନ ରହିବା ପାଇଁ ଆଶା ପୋଷଣ କରିଥିଲେ। ବିଭାଗୀୟ ମୂଖ୍ୟ ଡ. ସତ୍ୟ ନାରାୟଣ ସାହୁ ପ୍ରାଣୀ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କର ଏହି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ବିଗତ ଦିନର ସ୍ମୁତିକୁ ଉପସ୍ଥାପନ କରିଥଲେ। ଏହି ପକ୍ରିୟାକୁ ଆଗେଇ ନେବା ସହ ବିଭାଗର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବା ପାଇଁ ଉପଦେଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ . ଶ୍ରୀଧର ବାରିକ, ଡ . ବିଜୟଲକ୍ଷ୍ମି ମହାନ୍ତି, ହିରନ୍ୟ ବିଦାରକ ମହାପାତ୍ର ପ୍ରଭୃତି ଯୋଗ ଦେଇ ଆଶ୍ରିବାଦ ପ୍ରଦାନ କରିଥଲେ। ଏଥିରେ ଅର୍ଚ୍ଚନା ବାରିକ ସଭାପତି, ଉପ ସଭାପତି ପ୍ରିତିପ୍ରଜ୍ଞା ନାୟକ, ଆକାଶ କୁମାର ଦାସ ସମ୍ପାଦକ, ଅର୍ପିତା ପୁଷ୍ପଶ୍ରୀ ପ୍ରଧାନ କୋଷାଧ୍ୟକ୍ଷ, ସୁମନ କୁମାର ଜେନା ମିଡିଆ ସଂଯୋଜକ ଭାବେ ନିର୍ବାଚିତ ହୋଇଥିଲେ।ଏହି ସଭାକୁ ସ୍ୱାତି ପ୍ରଜ୍ଞା ତ୍ରିପାଠୀ ଓ ଅଧିକାରୀ ଦେବଦତ୍ତ ପରିଚାଳନା କରିଥିଲେ । ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ଏହି ଉତ୍ସବକୁ ସଫଳ କରିବା ପାଇଁ ଉଦ୍ୟମ କରିଥିଲେ । ଶେଷରେ ସୋନାଲି ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026