ଏନଏସି ଅଧ୍ୟକ୍ଷା ଏବଂ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବା ସାମାଜିକ ସ୍ବାର୍ଥ ସାଧନ କାର୍ଯ୍ୟରେ ବାଧା ସୃଷ୍ଟି କରିଛି ।
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିଗତ ବର୍ଷରେ ରାଜ୍ୟ ସରକାରଙ୍କ ସହାୟତା ଅର୍ଥ ରାଶି ଅନୁମୋଦନ କରାଯାଇ ରଣପୁର ଏନଏସି ପକ୍ଷରୁ ଜିମ୍ ସେଣ୍ଟର୍ ଗୁଡ଼ିକ ନିର୍ମାଣ କରାଯାଇଥିଲା । ଯାହାକି ଏକ ସୁସ୍ଥ ସମାଜ ଗଢ଼ିବାରେ ସହାୟକ ହେବ । ସୁସ୍ଥ ସମାଜ ଗଠନ ପାଇଁ ଶାରିରୀକ ବ୍ୟାୟାମର ନିତ୍ୟାନ୍ତ ଆବଶ୍ୟକ ରହିଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସମାଜ ର ସୁସ୍ଥତା କୁ ଆଖି ଆଗରେ ରଖି ସରକାରଙ୍କ ସହାୟତା ରାଶି ପ୍ରଦାନ କରାଯାଇଥିଲା ।
ତେବେ ଜିମ୍ ସେଣ୍ଟର୍ ନିର୍ମାଣ ହେବାର ଦୀର୍ଘବର୍ଷ ହେଲେ ହେଁ ତାହା କୌଣସି ବ୍ୟବହାର ଉପଯୋଗୀ ହୋଇପାରିନାହିଁ । ତନ୍ମଧ୍ୟରୁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଏକ ଜିମ୍ ସେଣ୍ଟର୍ ନିର୍ମାଣ କରାଯାଇଥିଲା ଏବଂ ତାହାର ସଠିକ୍ ରକ୍ଷଣା ବେକ୍ଷଣ ନ ହେବା କାରଣରୁ ତାହାର ଗେଟ୍ ଭାଙ୍ଗିଯିବା ସହିତ ତାହା ମଦୁଆ ଓ ଗାଈଗୋରୁଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି ।
