Home ଓଡ଼ିଶା ଏସପି ପ୍ରତୀକ ସିଂଙ୍କ ନେତୃତ୍ୱରେ ହବିଷିଆଳି କେନ୍ଦ୍ରର ସୁରକ୍ଷା ଓ ସୁବିଧା ଵ୍ଯବସ୍ଥାର ସମୀକ୍ଷା by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପବିତ୍ର କାର୍ତ୍ତିକ ମାସରେ ଆସୁଥିବା ହବିଷିଆଳି ମା’ମାନେ ପାଇଁ ଚଳିତବର୍ଷ ପୁରୀ ପୁଲିସ ପକ୍ଷରୁ ବିଶେଷ ସୁରକ୍ଷା ଵ୍ଯବସ୍ଥା କରାଯାଇଛି । ଏହି ସୁରକ୍ଷା ବ୍ଯବସ୍ଥାର ସମୀକ୍ଷା ପାଇଁ ଶନିବାର ଦିନ ଏସପି ପ୍ରତୀକ ସିଂ ପାଞ୍ଚଟି ହବିଷିଆଳି କେନ୍ଦ୍ର ବୁଲିବା ସହ ଆଲୋଚନା ଓ ସମୀକ୍ଷା ସହିତ କରିଥିଲେ । ଏସପିଙ୍କ ସହ ଅତିରିକ୍ତ ଏସପି ଶ୍ରୀ ସୁଶିଲ ମିଶ୍ର ଓ ଦେବ ପ୍ରତାପ, କୁମ୍ଭରପଡା ଥାନା ଅଧିକାରୀ ସୁଶାନ୍ତ ସାହୁ ଓ ଆରଇ ଚିତ୍ତରଞ୍ଜନ ମହାନ୍ତି ସାମିଲ ହୋଇଥିଲେ । ନରେନ୍ଦ୍ର କୋଣ ବୃନ୍ଦାବତୀ ନିବାସ, ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଲା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ଏସପି ଓ ତାଙ୍କ ଟିମ ପରିଦର୍ଶନ କରିବି ସହ ସୁରକ୍ଷା ବ୍ଯବସ୍ଥା , ଆଲୋକ, ପାଣି, ଶୌଚାଳୟ ଓ ଆବଶ୍ୟକ ସୁବିଧା ଯାଞ୍ଚ କରିଥିଲେ। ହବିଷିଆଳି ମା’ମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ପୁରୀ ପୋଲିସ୍ ପକ୍ଷରୁ ଯୋଗାଯୋଗ, ପରିଚାଳନା ଓ ନିରୀକ୍ଷଣ ନିମନ୍ତେ ବିଶେଷ ୟୁନିଟ୍ ଗଠିତ ହୋଇଛି । ଏହା ସହିତ ଭିଏଚଏଫ କଣ୍ଟ୍ରୋଲ ରୁମ ଟ୍ରାଫିକ ଉଇଙ୍ଗ, ଟାଉନ ଥାନା, ସିବିଚ ଥାନା, ତାଳବଣିଆ ଥାନା, ବାସେଳି ସାହି ଥାନା, କୁମ୍ଭାରପଡା ଥାନା ସମନ୍ବୟରେ କାର୍ଯ୍ୟ ସମ୍ପାଦନ କରିବେ । ଭକ୍ତ ଓ ହବିଷିଆଳି ମା’ମାନଙ୍କ ପ୍ରତି ସମ୍ମାନ, ଶିଷ୍ଟାଚାର ଓ ସହାୟତାମୂଳକ ବ୍ଯବହାର ଓ ଉତ୍ତମ ଆଚରଣ କରିବା ପାଇଁ ଏସପି ଶ୍ରୀ ସିଂ ସମସ୍ତ ଅଧିକାରୀ ଓ ଫୋର୍ସ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହବିଷିଆଳି କେନ୍ଦ୍ରରେ ହବିଷ୍ୟାଳୀ ମା’ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର by Proprietor Abhimanyu Maharana July 10, 2026 ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର by Proprietor Abhimanyu Maharana July 10, 2026 ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା by Proprietor Abhimanyu Maharana July 10, 2026 Chakradhara Mallik Foundation hosts Pitha Competition in USA by Proprietor Abhimanyu Maharana July 10, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ by Proprietor Abhimanyu Maharana July 10, 2026 କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି by Proprietor Abhimanyu Maharana July 10, 2026