Home ଓଡ଼ିଶା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା, ଜମିଜମା, ମହାନଗର, ମାଟିଆପଡା ଆର ଓ ଵି, ସମସ୍ୟା କୁ ନେଇ ଘମାଘୋଟ ଆନ୍ଦୋଳନ କରାଯିବ – କଂଗ୍ରେସ ଜିଲ୍ଲା ସଭାପତି by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ଜିଲ୍ଲା କଂଗ୍ରେସ ର ନୂଆ ସଭାପତି ଭାବେ ଇଂଜିନିୟର ରାଜେଶ କୁମାର ମିଶ୍ର ମନୋନୀତ ହେବା ପରେ ରବିବାର ମଧ୍ୟାହ୍ନ ରେ ଇନ୍ଦିରା ଭବନ ଠାରେ ବନ୍ଧୁ ମିଳନ ଓ ସାମ୍ବାଦିକ ସମିଳନୀ ରେ ବିସ୍ପୋରକ ବୟାନ ଦେଇଛନ୍ତି | ଗତ ୨୫ ବର୍ଷ ଭିତରେ ପୁରୀ ଜିଲ୍ଲା ରେ ବିକାଶ ସେତେ ଆଖି ଦୃଶିଆ ହୋଇନାହିଁ| ପୁରୀଜିଲ୍ଲା ବାସିନ୍ଦା ଶ୍ରୀମନ୍ଦିର ଚାରି ଦ୍ୱାରରେ ଦର୍ଶନ କରି ପାରୁନାହାନ୍ତି| ରତ୍ନଭଣ୍ଡାର ର ରତ୍ନ ଗଣତି ମଣତି ଏବେ ଵି ଭକ୍ତ ମାନଙ୍କ ପାଇଁ ରହସ୍ୟ ଘେର ରେ ରହିଛି | ୫୬୭ ଖଣ୍ଡ ଏମାର ମଠ ରୂପା ଇଟା ସ୍ଥିତି କଣ ଅଛି ଜନତା ଜାଣିପାରୁନାହାଁନ୍ତି | ଜଗନ୍ନାଥ ଙ୍କ ଜମି, ଲିଜ ଜମି, ପୌର ଲିଜ ଜମି ସମସ୍ୟା ରେ ଅଶି ହଜାର ପରିବାର ଛନ୍ଦି ହୋଇ ଅଛନ୍ତି | ପୁରୀ ସହର ସାହି ଗଳି କନ୍ଦି ସମସ୍ୟା ଉତ୍କୃଷ୍ଟ | ପୁରୀ ପୌର ନିର୍ବାଚନ ନ କରି ଗଣତାନ୍ତ୍ରିକ ବ୍ୟବସ୍ଥା ର କଣ୍ଠରୋଧ କରାଯାଇଛି | ମାଟିଆପଡା ରେଳ ଓଭର ବ୍ରିଜ, ସାକ୍ଷୀଗୋପାଳ ରେଳ ଓଭର ବ୍ରିଜ ନିର୍ମାଣ କୁ ନେଇ ଆନ୍ଦୋଳନ କରାଯିବ | ଜାତୀୟ ସ୍ତରରେ ଆମ ଦଳର ଆଭିମୁଖ୍ୟ ଏବଂ କାର୍ଯ୍ୟପନ୍ଥା ବର୍ତ୍ତମାନ ଭାରତ ବର୍ଷ ସମୟ ଅନୁରୂପୀ ବିକଶିତ ହେଲେ ମଧ୍ଯ ଶାସିତ ଦଳର ଭୋଟ ରାଜନୀତି ଯୋଗୁ ସମସ୍ତ କ୍ଷେତ୍ରରେ ସଙ୍କଟ ଜନକ ସ୍ଥିତିରେ ପହଁଚିଛି ।ଚିନ୍ତା ଜନକ ଭାବରେ ଦରଦାମ ବୃଦ୍ଧି କୁ ଅଣଦେଖା କରାଯାଉଛି | ବିରୋଧୀ ଦଳ ର କଣ୍ଠରୋଧ କରାଯାଉଛି ।ଜି ଏସ ଟି ଲାଗୁ କରି ସାଧାରଣ ଜନତା ଙ୍କୁ ଲକ୍ଷ ଲକ୍ଷ କୋଟି ଲୁଟି ସାରିଲା ପରେ ବିହାର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବର୍ତମାନ ଜି ଏସ ଟି ଦରରେ ପରିବର୍ତନ କରିଛନ୍ତି | ଧର୍ମ ଆଧାରରେ ଶାସନବ୍ୟବସ୍ଥା କୁ ପ୍ରତାରିତ କରି ମୂଳ ସମ୍ବିଧାନକୁ କୁଠାରଘାତ କରି ଦେଶକୁ ଏକ ବିପଦଜନ୍ନକ ସ୍ଥିତି କୁ ନେଇ ଆସିଛନ୍ତି ।ନିର୍ବାଚନ କମିସନ ଙ୍କୁ ହାତବାରିସୀ କରି ଭୋଟ ଚୋରି କରି ଅନୈତିକ ଭାବରେ ଶାସନ କ୍ଷମତାକୁ ଦଖଲ କରିବାପାଇଁ ଅପଚେଷ୍ଟା କରାଯାଉଛି । ଶାସକ ଦଳର ସର୍ବୋଚ୍ଚ କେନ୍ଦ୍ରିୟ ନେତାଙ୍କ ମିଥ୍ୟା ପ୍ରତିଶୃତି ବଳରେ ରାଜ୍ୟ ଶାସନକୁ ତଥାକଥିତ ଡବଲଇଂଜିନ ସରକାର ବିଗତ ୧୩ ମାସର ଶାସନ କାଳ ମାଧ୍ୟମରେ ସମସ୍ତ କ୍ଷେତ୍ରରେ ବିଫଳ ହେଇଛନ୍ତି ।ହାତଗୁଞ୍ଜା ଓ ସରକାରୀ ଅର୍ଥର ଅପବ୍ୟବହାର ନିୟନ୍ତ୍ରଣ ବାହାରେ ହେଇଯାଇଛି । ରାଜ୍ୟର ବିକାଶ ଦେଶର ଦୁଇଟି ବେସରକାରୀ ବ୍ୟବସାୟିକ ଅନୁଷ୍ଠାନ ଦ୍ବାରା ସମ୍ପୂର୍ଣ୍ଣ କରାଗତ ହୋଇଯାଇଛି ।ସମସ୍ତ ଖଣି, ଖାଦାନ ଓ ବନ୍ଦର ସେଇମାନଙ୍କୁ ହସ୍ତାନ୍ତର କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ବିଗତ ସରକାର ଠାରୁ ଚାଲି ଆସୁଥିବା ଶିକ୍ଷା କ୍ଷେତ୍ରରେ ଚରମ ବିଶୃଙ୍ଖଳା ଓ ଅସମାନତା ଏବଂ ସରକାରୀଚାକିରୀ ପାଇଁ ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ବିଭ୍ରାଟ ଏବଂ ଲାଞ୍ଚ କାରବାର ଯୋଗ୍ୟ ଆଶାୟୀ ମାନଙ୍କୁ ନିରାଶ କରିଛି । ସ୍ବାସ୍ଥ୍ୟ ସେବାର ମାନରେ କୌଣସି ଉନ୍ନତି ପରିଲିକ୍ଷିତ ହେଇପାରିନାହିଁ । କୃଷି ବ୍ୟବସ୍ଥା, ଜଳସେଚନ ଉନ୍ନତି କ୍ଷେତ୍ରରେ ସେପରି କୌଣସି ଠୋସ ପଦକ୍ଷେପ ନିଆ ହେଇପାରିନାହିଁ ।ପୁରୀଏବଂ ତାର ତିରିଶ କିଲୋମିଟର ପରିଧି ବୃହତ୍ତର ପୁରୀର ପରିକଳ୍ପନା କରାଯାଉ | ଦୁଇ ବର୍ଷ ସମୟସୀମା ମଧ୍ୟରେ ”ବିଶେଷ ଐତିହ୍ୟ ମହାନଗର ” ଘୋଷଣା କରାଯାଉ |ପୁରୀ ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଠୋସ ପଦକ୍ଷେପ ନିଆଯାଉ । ରତ୍ନଭଣ୍ଡାର ରେ ଗଛିତ ଅଳଙ୍କାର ଗୁଡିକର ତୁରନ୍ତ ଗଣନ୍ଦିମଣତି କରାଯାଇ ସାର୍ବଜନୀନ କରାଯାଉ ।ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କ୍ଷେତ୍ରରେ ବ୍ୟାପକ ସଂସ୍କାର ଓ ଢାଞ୍ଚା ରେ ଯୁଗପଯୋଗୀ ପରିବର୍ତନ କରାଯାଉ ।ମନ୍ଦିର ନୀତିକ୍ରାନ୍ତିରେ ଅଯଥା ସରକାରୀ ନିୟନ୍ତ୍ରଣମୁକ୍ତ କରି ଅନୁଭବୀ ସେବାୟତ ମାନଙ୍କ ସାହାଯ୍ୟ ନିଆଯାଉ ।ସମୂହ ଦର୍ଶନ ବ୍ୟବସ୍ଥାକୁ ଆହୁରି ଶୃଙ୍ଖଳିତ କରାଯାଉ ଏବଂ ସମଗ୍ର ପୁରୀ ଜିଲ୍ଲା ବାସୀଙ୍କୁ ଚାରି ଦୁଆରେ ପ୍ରବେଶ ଓ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଉ ।ପ୍ରଭୁଙ୍କ ଆଦିସେବକ ମାନଙ୍କୁ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ସବୁ କ୍ଷେତ୍ରରେ ଚାକିରୀ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ର ରେବିଶେଷ ଅଗ୍ରାଧିକାର ଦିଆଯାଉ । ସେବାୟତ କଲ୍ୟାଣ ଯୋଜନାକୁ ଆହୁରି ବ୍ୟାପକ କରାଯାଉ ଏବଂ ସେମାନଙ୍କୁ ଯଥୋଚିତ ସମ୍ମାନ ମିଳୁ । ସେବାୟତ କୁଳ ଦାୟାଦ ମାନଙ୍କୁ ପଞ୍ଚମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ତରଫରୁ ପ୍ରଭୁଙ୍କ ନୀତିକ୍ରାନ୍ତି ଓ ସଂସ୍କୃତି ଉପରେ ବିଶେଷ ତାଲିମ ଦିଆଯାଉ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ବ୍ୟାପକ ଯୋଜନା ହାତକୁ ନିଆଯାଉ । ରଘୁନନ୍ଦନ ଲାଇବ୍ରେରୀ କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ । ମନ୍ଦିର ଓ ବେଳାଭୂମି ଉପରେ ନିର୍ଭର କରୁଥିବା ସମସ୍ତ ପଣ୍ଡା, ଯାତ୍ରାଗୁମାସ୍ତା ଓ ଖୁଦ୍ରବ୍ୟବସାୟୀ ଉଠାଦୋକାନୀ ସମସ୍ତଙ୍କ ସ୍ବାର୍ଥ ରକ୍ଷା କରାଯାଇ ଏବଂ ପର୍ଯ୍ୟାପ୍ତ ରୋଜଗାରକୁ ସୁନିଶ୍ଚିତ କରାଯାଉ । ବିସ୍ଥାପିତ ଉଠାଦୋକାନୀ ମାନଙ୍କୁ ଶ୍ରୀସେତୁ ବଦଳରେ ବଡଦାଣ୍ଡ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଥଇଥାନ କରାଯାଉ । ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ କୁ ତୁରନ୍ତ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଉ | ପୁରୀ ଜିଲ୍ଲା ରେ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟ ଢାଞ୍ଚା ରେ ପ୍ରଭୁ ଜଗନ୍ନାଥ ଙ୍କ ନାମରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇ । ଆନ୍ତଜାତୀୟ ସ୍ତରର ଅନ୍ୟ ବିଷୟ ସହିତ ଜଗନ୍ନାଥ ସଂସ୍କୃତି ଉପରେ ବ୍ୟାପକ ଅନୁସନ୍ଧାନ ପାଇଁ ସୁଯୋଗ ସୃଷ୍ଟି କରାଯାଉ ।ପୁରୀ ଜିଲ୍ଲା ନ୍ୟାୟାଳୟ ସ୍ଥାନାନ୍ତର ବିରୁଦ୍ଧରେ ପୁରୀ ଜିଲ୍ଲା ଓକିଲ ସଂଘ ର ସଂଗ୍ରାମ ସହ ଆମ ଦଳର ସଂପୂର୍ଣ୍ଣ ସହଯୋଗ ରହିଛି | ପୁରୀ ଜିଲ୍ଲାର ରାଜସ୍ୱ ଏବଂ ଜମିଜମା ସମସ୍ୟାର ତର୍ଜମା କରି ଅତିଶୀଘ୍ର ଏହାର ସମାଧାନ ନ୍ୟାୟୋଚିତ ଭାବରେ କରାଯାଉ । ମଠ ବାଡ଼ି ଠାରୁ କ୍ରୟ କରି ଦୀର୍ଘଦଶନ୍ଧି ଧରି ବସବାସ କରୁଥିବା ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତି, ମୁନିସିପାଲିଟି ଲିଜ ଜମି, ୧୯୨୭ ମସିହା ଆବାଦୀଯୋଗ୍ୟ ଅନାବାଦୀ ଜମି, ବେଳାଭୂମି ସଂଲଗ୍ନ ଜମି, ଖାସମାଲ ଜମି, ସହର ମଧ୍ୟରେ ଥିବା ପ୍ରଦୂଷଣ ପ୍ରବଣଅଂଚଳ ଭଳି ସମସ୍ତ ଦୀର୍ଘଦିନ ଧରି ଅସମାହିତ ଜମି ବିଷୟରେ ସରକାରୀ ତତ୍ପରତା ପ୍ରକାଶ ପାଉ । ବିସ୍ଥାପିତ ବସ୍ତିବାସିନ୍ଦାଙ୍କୁ ଉପଯୁକ୍ତ ସ୍ଥାନରେ ସରକାରୀ ସ୍ତରରେ ପକ୍କା ଘର ଯୋଗାଇ ଦିଆଯାଉ । ବସ୍ତି ବାସିନ୍ଦାଙ୍କ ମୌଳିକସୁବିଧା ଯୋଗାଇ ଦିଆଯାଉ । ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରି ବିଶ୍ବସ୍ତରୀୟ ଚିକିତ୍ସା ଅନୁଷ୍ଠାନରେ ପରିଣତ କରାଯାଉ ।ବୁଲା ଗାଇ ଗୋରୁଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣା କୁ ଏଡ଼ାଇବା ପାଇଁ ସମସ୍ତ ସଡ଼କ ଓ ନଗର ରେ ସରକାରୀ ନିୟମକଡାକଡି କରାଯାଇ | ବୁଲା ଗାଇ ଷଣ୍ଢ ଙ୍କ ରହଣି ବ୍ୟବସ୍ଥା ବ୍ୟାପକ କରାଯାଉ ।ସ୍ବାସ୍ଥ୍ୟ ସମ୍ପର୍କିତ ପର୍ଯ୍ୟଟନ କୁ ଅଗ୍ରାଧିକାର ଦେଇ ସମଗ୍ର ଜିଲ୍ଲାର ସମୁଦ୍ର ବେଳାଭୂମି ର ଉନ୍ନତି କରାଯାଉ । ପୁରୀ ସଦର ମହକୁମାରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା କୁ ଦୃଷ୍ଟିରେ ରଖ୍ ଏକ କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ସ୍ଥାପନ କରାଯାଉ । ଜିଲ୍ଲାର ତିନୋଟି ପ୍ରମୁଖ ସ୍ଥାନ କାକଟପୁର ସତ୍ୟବାଦୀ ଓ ବ୍ରହ୍ମଗିରୀକୁ ତୁରନ୍ତ ବିଜ୍ଞାପିତ ଅଂଚଳ ଭାବେ ଘୋଷଣା କରାଯାଉ ।ଭୁବନେଶ୍ବର ଓ ପୁରୀ ସାତପଡ଼ା ଜାତୀୟ ରାଜପଥ କୁ ଦୁରନ୍ତ ପ୍ରଶସ୍ତିକରଣ କରାଯାଉ । ଚିଲିକା ମଧ୍ୟରେ ଥିବା ଦୀପାଞ୍ଚଳ ବାସୀଙ୍କ ଗମନାଗମନ ବ୍ୟବସ୍ଥା କୁ ତୁରନ୍ତ ବ୍ୟବସ୍ଥାପିତ କରାଯାଇ ଏବଂ ଉପକୂଳ ରାଜପଥ ବା ଭାରତ ମାଳା ଯୋଜନା କୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ । ପୁରୀ ମୁନିସିପାଲିଟଟି ଅଧୀନରେ ଥିବା ସମସ୍ତ ସାହି ଗଳିକନ୍ଦି ହାଡ଼ି ଗୋହିର ସମୂହର ନୂତନ ଜ୍ଞାନ କୌଶଳ କରିଆରେ ରାସ୍ତାଘାଟ ଏବଂ ଜଳନିଷ୍କାସନ ସମସ୍ୟାର ଦୀର୍ଘ କାଳୀନ ବ୍ୟବସ୍ଥା କରାଯାଉ ।ଜିଲ୍ଲା ରେ ଥିବା ସମସ୍ତ ନଦୀ ଗୁଡିକୁ ଯଥାସମ୍ଭବ ପ୍ରଦୂଷଣ ମୁକ୍ତ କରାଯାଉ । ଅଣ ଜଳସେଚିତ ଅଂଚଳ ଗୁଡିକୁ ତୁରନ୍ତ ଜଳସେଚିତ କରାଯାଉ ଏବଂ ପାରମ୍ପରିକ କୃଷି ସହିତ ଆଧୁନିକ କୃଷି ବିକାଶକ୍ଷେତ୍ରରେ ବିଶେଷ ଦୃଷ୍ଟି ଦିଆଯାଉ ।ତିନି ମାସ ମଧ୍ୟରେ ବୁଥ ସ୍ତରରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଦଳୀୟ ସ୍ତରକୁ ମଜଭୁତ କରାଯିବ । ା ଦଳୀୟ ଲୋକ ବା ସମର୍ଥକ ଙ୍କ ସମସ୍ୟାର ସମାଧାନ ପାଇଁ ବିଶେଷ ଉଦ୍ୟମ କରାଯିବ । ା ସରକାରଙ୍କ ବିଫଳତା କୁ ବ୍ୟାପକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଙ୍କୁ ସୂଚିତ କରାଯିବ ।ଦଳ ଠାରୁ ଦୂରେଇଯାଇଥିବା ବ୍ୟକ୍ତିବିଶେଷ ଙ୍କୁ ପୁଣି ଥରେ ଦଳ ସହିତ ଯୋଡିବାକୁ ବିଶେଷ ଉଦ୍ୟମ କରାଯିବ | ଯୁବ ଛାତ୍ରଙ୍କୁ ଅଧିକରୁ ଅଧିକ ଦଳ ସହିତ ଯୋଡିବା ପାଇଁ ଉଦ୍ୟମ ଅବ୍ୟାହତ ରହିବ । ଆଗାମୀ ମହାନଗର ଓ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଶେଷ ରଣକୌଶଳ ପ୍ରସ୍ତୁତ କରାଯିବ । ା ଆଗାମୀ ଦିନରେ ବ୍ୟକ୍ତିଗତ କୁତ୍ସାରଟନା ଠାରୁ ଉର୍ଦ୍ଧ୍ବରେ ରହି ଅନ୍ୟାୟ ବିରୁଦ୍ଧରେ ବିଚାରଧାରା ର ହିଁ ଲଢେଇ ହେବ । ଏହି କାର୍ଯ୍ୟକ୍ରମ ରେ ଏଗାର ବ୍ଲକ ଓ ଜିଲ୍ଲା ର କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ | Categories: ଓଡ଼ିଶା, ପୁରୀ, ହୋମ୍ Related Content ସରପଞ୍ଚ ମାନଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର by Proprietor Abhimanyu Maharana July 10, 2026 ବ୍ଲକ ସ୍ତରୀୟ ଭିବି- ଜି ରାମଜୀ ତାଲିମ ଶିବିର by Proprietor Abhimanyu Maharana July 10, 2026 ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା by Proprietor Abhimanyu Maharana July 10, 2026 Chakradhara Mallik Foundation hosts Pitha Competition in USA by Proprietor Abhimanyu Maharana July 10, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ by Proprietor Abhimanyu Maharana July 10, 2026 କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି by Proprietor Abhimanyu Maharana July 10, 2026