ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଧର୍ମମାସ କାର୍ତ୍ତିକ ରେ ରାଜ୍ୟ ର ବିଭିନ୍ନ ସ୍ଥାନରୁ ଶହ ଶହ କାର୍ତ୍ତିକ ବ୍ରତଧାରି ହବିଷ୍ୟାଳିମାନେ ପୁରୀ କୁ ଆସି ଏକ ମାସ ବ୍ରତ ପାଳନ କରିବେ | ସେମାନେ ନିର୍ବିଘ୍ନ ଭାବେ ରହିବା ସହିତ ଭକ୍ତିଭାବରେ ପୁଷ୍କରିଣୀ ସ୍ନାନ କରିବା ପାଇଁ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି | ପୁରୀ ସହରର ୫ଟି ସ୍ଥାନରେ ହବିସିଆଳି ମା’ମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି | ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ,ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ/ରେଲୱେ କଲ୍ୟାଣ ମଣ୍ଡପ,ବାଗଲା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି |
