
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆଜକୁ ୧୦ ବର୍ଷ ହେଲା ରଣପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷିତ ହେବାର… ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଜନସଧାରଣଙ୍କ ଠାରେ କିଛି ନା କିଛି ସୁଧାର ଆଣିଥିବା ବେଳେ ଗାଈ ଗୋରୁ, କୁକୁର ମାନଙ୍କ ଭଳି ନିରୀହ ପଶୁଙ୍କ ସୁବିଧା ପାଇଁ କିଛି ସୁଧାର ଆଣିନାହିଁ । ପ୍ରତିବର୍ଷ ଏନଏସିରେ ନିରୀହ ପଶୁ ଗୋରୁ ଗାଈ ଇତ୍ୟାଦି ଙ୍କୁ ସୁବିଧା ସ୍ଥାନକୁ ସ୍ଥାନାନ୍ତର କରିବା ସହିତ ସେମାନଙ୍କ ରକ୍ଷଣା ବେକ୍ଷଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ଅନୁମତି ଦେଉଥିବା ବେଳେ ରଣପୁର ବ୍ଲକ୍ ଠାରୁ ଆରମ୍ଭ କରି ,ରେଞ୍ଜର ଅଫିସ୍ ,
-
ଗୋରୁ ଗାଈ ମାନଙ୍କ ରଣପୁର ବଜାର ରେ ଉପଦ୍ରବ ବଡ ଅସହ୍ୟ ହେଲାଣି ,କହିଲେ କିଏ ଶୁଣିବାକୁ ନାହାନ୍ତି,ବଜାର ରୁ ସାଧାରଣ ଲୋକଟିୟେ ପରିବା ,ଯେ କୌଣସି ଖାଦ୍ୟ ପଦାର୍ଥ ,କିଣି ସାଇକେଲ, ମଟର ସାଇକେଲ ରେ ବ୍ୟାଗ୍ ରେ ରଖିଲେ ମଧ୍ୟ ,ସାମାନ୍ୟ ଟିକେ ଅଳଖ୍ୟ ରେ ଗୋରୁଗାଇ ମାନେ ଅତି ଚତୁରତାର ସହ ତାକୁ ଖାଇ ଦେଉ ଛନ୍ତି ,ନିରୀହ ଲୋକଟି ସଉଦା କରି ଖର୍ଚାନ୍ତ ହୋଇ ଘରକୁ ଖାଲି ହାତରେ ଭାଗ୍ୟ କୁ ଆଦରି ଫେରେ।
-
କଥା ଗୋରୁ ଗାଈ ରାସ୍ତାରେ ଦିନରାତି ସୋଇ ରହିବା ଫଳରେ ଯାତାୟାତ ଓ ଗାଡି ଚାଳନା କରିବାରେ ପ୍ରବଳ ଅସୁବିଧା ଓ ଦୁର୍ଘଟଣା ର ସମ୍ଭାବନା ବୃଦ୍ଧି ହେଉଛି, ଶେଷ ରେ ରାସ୍ତା ରେ ଗୋରୁ ଗାଈ ଦିନ ରାତି ବ୍ରିସାମ ନେବା ଦ୍ୱାରା ମଳ ତ୍ୟାଗ କରି ରାସ୍ତା କୁ ଗୁହାଳ ଠାରୁ ଅତ୍ୟଧିକ ଆବର୍ଜନା ରେ ପରିଣତ କରୁଛନ୍ତି।
-
ଗୋରୁଗାଇ ଗୁଡିକ ଅଧିକାଂଶ ସମୟରେ ଚାଷୀ ମାନଙ୍କ ନିକଟ ବର୍ତ୍ତୀ ଚାଷ ଜମିରେ ଅବାଧ ରେ ପ୍ରବେଶ କରି ଧାନ,ମୁଗ ବିରି,ଓ ପନିପରିବା ଚାଷ ର ଅଶେଷ କ୍ଷତି ସାଧନା ଓ ଚାଷୀ ମାନଙ୍କର ଶ୍ରମ ,ଅର୍ଥ ଓ ସମୟ ନଷ୍ଟ ହେଉଅଛି, ଫଳରେ ଚାଷୀ ଟିଏ ଅଯଥା ରେ ହଇରାଣ ହୋଇ ଚାଷ ରୁ ବିମୁଖ୍ ହେଉ ଅଛି । ଏହା ସାଙ୍ଗ କୁ ମାଙ୍କଡ ଉଭୟ ହନୁ ଓ ପାତି ଙ୍କ ଦଉରତ୍ମା ଆହୁରି ଅସହ୍ୟ ହେଲାଣି । ଏହାକୁ ଦୃଷ୍ଟି ରେ ରଖି ପଦଖେପ ନେବା ଜରୁରୀ
