Home ଓଡ଼ିଶା ବରମୁଣ୍ଡା ଶାରଦୀୟ ଦୁର୍ଗାପୂଜା, ସାଂସ୍କୃତିକ ସନ୍ଧ୍ୟା,ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ଓଡ଼ିଶୀ ନୃତ୍ୟ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଭୂବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶାରଦୀୟ ଦୁର୍ଗାପୂଜା ପାଇଁ କଟକ – ଭୁବନେଶ୍ଵର ହୋଇ ଉଠିଛି ଉତ୍ସବ ମୁଖର।ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଙ୍କ ପ୍ରତିମା । ଗୋଟିଏ ପଟେ ଓଡ଼ିଶା ରେ ଲାଗି ରହିଛି ପ୍ରବଳ ବର୍ଷା ଅନ୍ୟ ପଟେ ବର୍ଷା କୁ ଖାତିର ନକରି ଚାଲିଛି ମା ଦୁର୍ଗା ଙ୍କ ପୂଜା ଅର୍ଚ୍ଚନା । ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼ । ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଛି । ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଭୁବନେଶ୍ୱର ର ବରମୁଣ୍ଡା ଠାରେ ପ୍ରତି ବର୍ଷ ଭଳି ଆୟୋଜିତ ହୋଇଛି ଦୁର୍ଗାପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖର ହୋଇଉଠିଛି ବରମୁଣ୍ଡା ପୂଜା ମଣ୍ଡପ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି । ସେହି ଭଳି କାଲି ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନେ “ଗଣେଶ ବନ୍ଦନା, ବର୍ଷା, ନବ ଦୁର୍ଗା, ରାଧା ରାଣୀ, ଯୁଗେ ଯୁଗେ ଜଗନ୍ନାଥ ଏବଂ ସମ୍ବଲପୁରୀ” ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି by Proprietor Abhimanyu Maharana July 22, 2026 ବିଦ୍ୟାଳୟ ପରିଚାଳନା କମିଟି ଗଠିତ by Proprietor Abhimanyu Maharana July 22, 2026 ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା" କର୍ମଶାଳା by Proprietor Abhimanyu Maharana July 22, 2026 ପିଠା ପୋଡା ହୁଏ ନାହିଁ ନା ତାର ପୋଡ଼ପିଠା ବାହୁଡାରେ ତିନିରଥରେ ଅର୍ପଣ ହେବ ମା ମାଉସୀମାଙ୍କ ପୋଡପିଠା by Proprietor Abhimanyu Maharana July 22, 2026 ନାକଚଣା ଦ୍ବାରରେ ଲାଗିଲା ତାଳଧ୍ଵଜ ଓ ନନ୍ଦିଘୋଷ ରଥ by Proprietor Abhimanyu Maharana July 22, 2026 ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ଯୁଗ୍ମ ସମ୍ପାଦକ ହେଲେ ସତ୍ୟରଞ୍ଜନ by Proprietor Abhimanyu Maharana July 22, 2026