ବେଆଇନ ଭାବରେ ଦେଶୀ ମଦ ଚୋରା ଚାଲାଣ ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଦ୍ବାରା ଦୁଇ ଗିରଫ : ମଦ ଓ ବାଇକ ଜବତ ।


ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ମଧ୍ୟରେରେ ଖୁଲାମ ଖୁଲା ବେଆଇନ ଭାବରେ ଦେଶୀ ମଦ ବିକ୍ରି ହୋଇଆସୁଥିଲା। ଆଦର୍ଶ ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଖଞ୍ଜା ଜାଗିଲି ସାହି ରେ ସ୍ଥାନୀୟ ପୋଲିସର ଜାଣତରେ ଦୀର୍ଘ ଦିନ ହେଲା ଚୋରାରେ ଦେଶୀ ମଦ ବିକ୍ରି ହେଉଥିଲା । ମଦ ମାଫିଆଙ୍କ ଭୟରେ କେହି ମୁହଁ ଖୋଲୁ ନଥିବା ବେଳେ ଆଜି କିଛି ଯୁବକ ସାହସ ଦେଖାଇ ଏହାକୁ ତୀବ୍ର ବିରୋଧ କରିଥିଲେ। ସବୁ ଜାଣି ନଜାଣିଲା ପରି ଅଭିନୟ କରୁଥିବା ପାରଳାଖେମୁଣ୍ଡି ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମଦ ପକେଟ୍ ଗୁଡ଼ିକ ଫିଙ୍ଗି ଦୈାଡି ଦୌଡ଼ି ଚାଲିଯାଇଥିଲେ ମଦ ବେପାରୀ l

ପରେ ସହର ମଧ୍ୟରେ ବିଭିନ୍ନ ସ୍ଥାନକୁ ଚାଲାଣ ଚୋରା ମଦ ଚାଲାଣ କରୁଥିବା ବେପାରୀଙ୍କୁ ଧରି ପୋଲିସ ହାତରେ ଦେଇଥିଲେ। ପୋଲିସ ପହଞ୍ଚି ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ମଦ ଜବତ କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗିରଫ ଅଭିଯୁକ୍ତ ମାନେ ପୂର୍ବରୁ ମଧ୍ୟ ମଦ ଏହି ଚୋରା ଦେଶୀ ମଦ କାରବାରରେ ଲିପ୍ତ ଥିବା ପୋଲିସ ସୁତ୍ରରୁ ଜଣା ପଡ଼ିଛି ।

ମଦ ମାଫିଆ ମାନେଏହି ଚୋରା ମଦ କାରବାର ଚଳାଇବା ପାଇଁ ମୋଟା ଅଙ୍କର ଅର୍ଥ ଦେଇ ପୋଲିସ ଓ ଅବକାରୀ ବିଭାଗ ର ଛତ୍ରଛାୟା ତଳେ ଚଳାଇ ଆସୁଥିବା ବେଳେଏବଂ ଯେଉଁ ମାନେ ଏହି ଦୁଇ ବିଭାଗର ଅଧିକାରୀ ମାନଙ୍କୁ ପାଉଣା ନ ଦିଅନ୍ତି ସେମାନଙ୍କୁ ଧରି ମକଦ୍ଦମା ରୁଜୁ କରୁଥିବା ଅଭିଯୋଗ ହେଉଛି l ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସହରରେ ଚୋରା ଦେଶୀ ମଦ ବେପାର ରେ ସଂପୃକ୍ତ ଅଧିକାରୀ ମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏ ଅଞ୍ଚଳର ସର୍ବସାଧାରରେ ଦାବୀ ହେଉଛି l ପାରଳାଖେମୁଣ୍ଡି (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version