ପ୍ରକୃତିର କରାଳ ତାଣ୍ଡବ : ଜନଜୀବନ ଅସ୍ତବ୍ୟସ୍ତ, ବାପ-ପୁଅ ନିଖୋଜ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଜପତି ଜିଲ୍ଲାର ସ୍ଥିତି ବେହାଲ l ଲଗାଣ ବର୍ଷା ଫଳରେ ରାୟଗଡ ବ୍ଲକ ପେକଟ ଗାଁ ନିକଟରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା l ଭୂସ୍ଖଳନରେ ଗାଁର ୨ ଜଣ ନିଖୋଜ ଥିବା ଅଭିଯୋଗ ହୋଇଛି l

ସେମାନେ ହେଲେ ବାପା କାର୍ତ୍ତିକ ଶବର ଓ ପୁଅ ରାଜୀବ ଶବର। ମାଟି ତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି l  ରା.ଉଦୟଗିରି ବ୍ଲକ ବସ୍ତ୍ରୀଗୁଡା ତାଣ୍ଡିଗୁଡା ଗାଁ ପାଣି ଘେରରେ ଥିବାବେଳେ ଜଳବନ୍ଦୀରୁ ୨ ଜଣକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ l ଅନ୍ୟପକ୍ଷରେ ଅଡବାରେ ଲୋକଙ୍କ ଘର ଭିତରେ ପାଣି ପଶିଥିଲା।

ଗଜପତି ଜିଲାକୁ ରେଡ ୱାର୍ନିଙ୍ଗ ଜାରି ହୋଇଥିବାବେଳେ ଲଗାଣ ବର୍ଷା ଯୋଗୁ ଲୋକେ ଆତଙ୍କିତ ହୋଇଥିଲେ ଆଜି ଲଗାଣ ବର୍ଷା ବନ୍ଦ ହୋଇଥିବା ଯୋଗୁ ଲୋକଙ୍କ ମନରୁ ଭୟ କମିଛି କିନ୍ତୁ କ୍ଷତି ପୂରଣ ପାଇଁ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ।

Exit mobile version