ରଣପୁରରେ ମା ଦୂର୍ଗା ଙ୍କ ଭସାଣି ଯାତ୍ରା : ଆଲୋକମାଳା ରେ ଝଲସୁଛି ସୁସଜ୍ଜିତ ମେଢ଼

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର, ରଣପୁର :- ରଣପୁର ବଜାର କମିଟି ପକ୍ଷରୁ ଦୂର୍ଗାପୂଜା ଅନୁଷ୍ଠିତ ହୋଇଛି ।  ଶୁକ୍ରବାର ସଂଧ୍ଯାରେ ମା ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି  । ରଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ରୁ  ଦୂର୍ଗା ଦେବୀଙ୍କ ପଟୁଆର ଆରମ୍ଭ ହୋଇଥିଲା  । 

ମାଙ୍କ ର ଭସାଣି ଯାତ୍ରା ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁଙ୍କ  ଭିଡ ଲାଗି ରହିଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଙ୍କ ମେଢ଼ ସହିତ ଆଲୋକମାଳା ଲାଗି ମା ଙ୍କୁ ଆଡମ୍ବର ସହକାରେ ବିସର୍ଜନ କରାଯାଇଛି  ।

ସୁସଜ୍ଜିତ ଦୂର୍ଗା ମେଢକୁ ଦର୍ଶନ କରି ଶ୍ରଦ୍ଧାଳୁ ଓ ଭକ୍ତ ଭାବବିହ୍ବଳ ହୋଇପଡିଥିଲେ  । ଶ୍ରୀଜଗନ୍ନାଥମନ୍ଦିରରେ   ଏକାଦଶୀ ଦୀପ ଉଠିବା ପରେ ଦୂର୍ଗା ମା ଙ୍କୁ ଘଣ୍ଟ ,

ଢୋଲ ବାଦ୍ୟ ର ତାଳ ସହ ଏକ ବିରାଟ ପଟୁଆରରେ ନିଆଯାଇ ବଡଫାଶୀ ପୁଷ୍ପରିଣୀରେ ବିସର୍ଜନ କରାଯାଇଥିଲା  । ରଣପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା  ।

Exit mobile version