ରଣପୁରରେ ଦଶହରାକୁ ଫିକା କଲା ଲଘୁଚାପ ବର୍ଷା ; ଷୋହଳ ଦିନ ପରେ ପାରା ରୂପେ ମାଳ ଅଞ୍ଚଳକୁ ବିଦାୟ ନେଲେ ମା ଖିଲାମୁଣ୍ଡା

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଦଶହରାର ଆନନ୍ଦକୁ ନିରାଶାରେ ପରିଣତ କରିଛି ଲଘୁଚାପ ବର୍ଷା । ବୁଧବାର ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ନୟାଗଡ ଜିଲ୍ଲା ରଣପୁରଅଞ୍ଚଳରେ ଦୂର୍ଗା ମଣ୍ଡପରେ ଭିଡ ଅପସରି ଯାଇଥିବା ଦେଖିବାକୁ ମିଳିଥିଲା ।

ଏପରିକି ଗୁରୁବାର ସକାଳୁ ସକାଳୁ ଲଗାତର ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଆଜି ମା ଦୂର୍ଗା ଦେବୀ ଙ୍କ ଅନୁଷ୍ଠିତ ଷୋଳ ପୂଜା ର ଉଦଯାପନୀ ଦିବସରେ ଦର୍ଶନ କରିବା ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିନଥିଲା lଦଶହରାରେ ଦୁର୍ଗା ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ବଦଳରେ ଦେଖିବାକୁ ମିଳିଛି ନୀରବତା । ତେବେ ପ୍ରବଳ ବର୍ଷା ସତ୍ତ୍ବେ ନିତିକାନ୍ତି ଅନୁଯାୟୀ ଦୂର୍ଗା ମଣ୍ଡପ ରେ ମା’ଙ୍କ ପୂଜା କରାଯାଉଥିବା ବେଳେ

ଷୋହଳ ଦିନ ଧରି ରାଜ ଉଆସ ରେ ପୂଜା ପାଉଥିବା ମା ଖିଲାମୁଣ୍ଡା ଆଜି ପାରା ରୂପରେ ମା ମଣୀନାଗ ଙ୍କ ପୀଠରୁ ପୋଡ ପିଠା ଭୋଗ ଗ୍ରହଣ କରି ମାଳ ଅଞ୍ଚଳ କୁ ଉଡ଼ି ଯିବାର ପରମ୍ପରା ରହିଛି । ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ରାଜକୀୟ ପାରମ୍ପରିକ ରୀତି ଅନୁସାରେ ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ,

ରାଜକୁମାର କୌଶିକ ସିଂ ଦେଓ, ମନ୍ତ୍ରୀ , କଟୁଆଳ ଓ ଶତାଧିକ ଭକ୍ତଙ୍କ ଘଣ୍ଟ ଘଣ୍ଟା କରତାଲ ଢୋଲ , ମହୁରୀ ବାଦ୍ୟ ର ତାଳେ ତାଳେ ହରିବୋଲ ହୁଳୁହୁଳି ରେ ମାଆ ଙ୍କ ଘଟ ରୁ ମାଙ୍କୁ ଶୁଭ ବିଦାୟ ଦେଇଥିବା ଜଣା ଯାଇଛି ।

Exit mobile version