Home ଓଡ଼ିଶା ରଣପୁର ଆରାଧ୍ୟ ଦେବୀ ମଣିନାଗ, ଖିଲାମୁଣ୍ଡା ଓ ଦୂର୍ଗା ମଣ୍ଡପ ରେ ପାଳିତ ହୋଇଛି ମହାନବମୀ ପୂଜା by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ଆଖ ପାଖ ଅଞ୍ଚଳ ଗୁଡ଼ିକରେ ମଣ୍ଡପ ର ସାଜସଜ୍ଜ ଦେଖିବାକୁ ମିଳିଥିବା ବେଳେ ରଣପୁର ରେ ଏତେ ସାଜସଜ୍ଜା ନହେବାରୁ ଭକ୍ତ ଙ୍କ ଅସନ୍ତୋଷ ପ୍ରକାଶ ପାଇଛି । ଦଶହରା ପାଇଁ ରଣପୁର ଚଳଚଞ୍ଚଳ,ପୀଠରେ ମହାନବମୀ ପୂଜା ର ଦର୍ଶନ ପାଇଁ ପ୍ରବଳ ଭିଡ ପରିଲକ୍ଷିତ ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚାଲିଛି ପାର୍ବଣ ଋତୁ । ଜଗତଜନନୀ ମା ଦୂର୍ଗା ଙ୍କ ଆଗମନ ଶ୍ରଦ୍ଧାଳୁ ଙ୍କ ମନରେ ଆଣିଦେଇଛି ହସ ଖୁସି ର ଲହରୀ । ରାଜରାଜୁଡ଼ା ଅମଳ ରୁ ରଣପୁର ଗଡ ର ପରମ୍ପରା ବେଶ୍ ଜଣାଶୁଣା। ବହୁ ପୂର୍ବରୁ ମା ଦୂର୍ଗା ମାଳ ଅଞ୍ଚଳ ତଥା ରାଜା ଦିଲ୍ଲୀପ ସିଂ ଦେଓ ଙ୍କ ଇଷ୍ଟ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ରାଜା ଙ୍କ ସେବକ ଜାନି ପୂଜାରୀ ଙ୍କ ସମେତ ରାଜା ମା ଖିଲାମୁଣ୍ଡା ଙ୍କୁ ନିମନ୍ତ୍ରଣ କରି କାଠି ରେ ବିରାଜମାନ ମା ଖିଲାମୁଣ୍ଡା ଙ୍କୁ ରାଜଉଆସ କୁ ଆଣି ରାଜକୀୟ ବିଧି ଅନୁସାରେ ପୂଜାଅର୍ଚନା କରୁଛନ୍ତି । ଯାହାକୁ ଷୋହଳ ଦିନାତ୍ମକ ପୂଜା ରୂପେ ଜଣା ଯାଇଥାଏ । ରଣପୁର ଅଞ୍ଚଳ ର ଆରାଧ୍ୟା ଦେବୀ ମା ମଣିନାଗ ଙ୍କ ପୀଠ ଠାରେ ମଧ୍ଯ ଷୋହଳ ପୂଜା ଅନୁଷ୍ଠିତ ହୋଇଆସୁଛି ଆଜି ମା ଙ୍କ ପୂଜା କୁ ନବ ଦିନାତ୍ମକ ପୂଜା ତଥା ମହାନବମୀ ପୂଜା ରୂପେ ପାଳନ କରାଯାଇଛି । ସେହିପରି ରଣପୁର ବଜାର କମିଟି ଦ୍ଵାରା ନିର୍ମିତ ଦୂର୍ଗା ମଣ୍ଡପ ରେ ମା ଙ୍କ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ରଣପୁର ବ୍ଲକ ର ସୁନାଖଳା , କୋଇଲାମା , ବ୍ରଜରାଜପୁର ଗ୍ରାମ ରେ ମା ଦୂର୍ଗା ଙ୍କ ଶାରଦୀୟ ନବମୀ ପୂଜା ଧୁମ୍ ଧାମରେ ପାଳନ ହୋଇଥିବା ଦେଖିବାକୁ ମିଳିଛି । ନବମୀ ରେ ମା ଙ୍କୁ ଦର୍ଶନ କରିବା ପାଇଁ ଅନେକ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଥିଲା । ପ୍ରତି ବର୍ଷ ଠାରୁ ଚଳିତ ବର୍ଷ ରଣପୁର ବଜାର କମିଟି ପକ୍ଷରୁ ଆୟୋଜିତ ଦୂର୍ଗା ମଣ୍ଡପ ରେ ବିଶେଷ ସାଜସଜ୍ଜା ଦେଖିବାକୁ ମିଳିନଥିଲା ଅନ୍ୟ ପକ୍ଷରେ ସୁନାଖଳା ବଜାର ଓ କୋଇଲମା ବଜାର ର ଦୂର୍ଗା ମଣ୍ଡପ ବେଶ୍ ମନୋରମ ତଥା ଆଲୋକ ତୋରଣ ଲାଗି ପରିବେଶ କୁ ଉତ୍ସବମୁଖର କରୁଥିବା ଦେଖିବାକୁ ମିଳିଥିଲା । ବ୍ରଜରାଜପୁର ଗ୍ରାମ ରେ ମଧ୍ୟ ଦୁର୍ଗା ପୂଜା ମହା ଆଡମ୍ୱର ରେ ପାଳିତ ହୋଇଛି । ଶାରଦୀୟ ଦଶହରା ପୂଜା ପାଇଁ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରଣପୁର ର ଆଖପାଖ ଅଞ୍ଚଳ ଯେପରିକି ଗୌରାଙ୍ଗପୁର, ଦର୍ପନାରାୟଣପୁର, ଖତିଆ ଅଞ୍ଚଳ ର ଦୂର୍ଗା ମଣ୍ଡପ ରେ ମହା ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଆଖ ପାଖ ଅଞ୍ଚଳ ଗୁଡ଼ିକରେ ମଣ୍ଡପ ର ସାଜସଜ୍ଜ ଦେଖିବାକୁ ମିଳିଥିବା ବେଳେ ରଣପୁର ରେ ଏତେ ସାଜସଜ୍ଜା ନହେବାରୁ ଭକ୍ତ ଙ୍କ ଅସନ୍ତୋଷ ପ୍ରକାଶ ପାଇଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ by Proprietor Abhimanyu Maharana June 15, 2026 Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet by Proprietor Abhimanyu Maharana June 14, 2026 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି by Proprietor Abhimanyu Maharana June 14, 2026 Pattamundai set to host Birth Anniversary of Baraha Samal by Proprietor Abhimanyu Maharana June 14, 2026 ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି by Proprietor Abhimanyu Maharana June 14, 2026 ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ by Proprietor Abhimanyu Maharana June 14, 2026