ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସୁନାଖଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଜାତୀୟ ସ୍ବାସ୍ଥ୍ୟ ବିଭାଗ ଆହ୍ବାନ ରେ ଏଵଂ ରାଜ୍ୟ ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ଙ୍କ ପ୍ରାୟୋଜିତ ଦଶଦିନ ବ୍ୟାପୀ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଚାଲୁ ରହିଛି । ଏହି କ୍ରମରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଚିକିତ୍ସା ଅଧିକାରୀ, ନର୍ସିଂ ଅଫିସର, ଫାର୍ମାସିଷ୍ଟ ଅଧିକାରୀ ଏବଂ ବିଭିନ୍ନ ଗ୍ରାମ ପାଇଁ ଉଦ୍ଦିଷ୍ଟ ଆଶାକର୍ମୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
