ରାଜଧାନୀର ୭ଟି ସ୍ଥାନରେ ହେବ ରାବଣ ପୋଡି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଦଶହରାରେ ପାରମ୍ପରିକ ରାବଣ ପୋଡ଼ି, ରାବଣ ପୋଡ଼ିକୁ ବର୍ଷା ଯୋଗୁଁ ଓଦା ହେବାର ସମ୍ଭାବନା ଥିବାରୁ ପୂଜା ଆୟୋଜକମାନେ ଚିନ୍ତିତ । ଏହି ବର୍ଷ ଭୁବନେଶ୍ୱରର ସାତଟି ସ୍ଥାନରେ ରାବଣ ପୋଡ଼ି ଆୟୋଜନ କରାଯାଇଛି । ଭୁବନେଶ୍ୱରରେ ରାବଣ ପୋଡ଼ିର ତାଲିକା ଏଠାରେ ଦିଆଯାଇଛି l

ନହରକଣ୍ଟା, ବାରମୁଣ୍ଡା, କୋରାଡାକଣ୍ଟା, ବାଙ୍କୁଆଲ, ଗୋପାଳପୁର, କିଟ୍ ରୋଡ୍, କପିଳପ୍ରସାଦ ଫୁଟବଲ୍ ପଡ଼ିଆ

ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପୂଜା ଆୟୋଜକମାନେ ଏହାକୁ ନେଇ ଚିନ୍ତିତ ।

Exit mobile version