ଦେଖ ଧନ ତୁ ଦେଶ ସେବାରେ ଗଲାବେଳେ ମୁଁ ଜମା କାନ୍ଦୁନିରେ ଧନ

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ଭୁବନେଶ୍ୱର : – ଏ ଧନ ମୋ ଲୁହ ତତେ କାଳେ ଦୂର୍ବଳ କରିଦେବ ! ଦେଖ ଧନ ତୁ ଘର ମତେ ଛାଡି ଦେଶ ସେବାରେ ଗଲାବେଳେ ମୁଁ ଜମା କାନ୍ଦୁନିରେ ଧନ ମା ଯେତେବେଳେ ସୈନିକ ପୁଅକୁ ଭାରତ ମାତାର ସେବା ପାଇଁ ,ଘରୁ ବିଦାୟ ଦିଏ , ମା ଆଖିରେ ଆଖିଏ ଲୁହ ,ଛାତିରେ ଛାତିଏ କୋହ ରଖିଥିଲେ ମଧ୍ୟ , କାଳେ ସୈନିକ ପୁଅ ମା ଆଖିର ଲୁହ ଦେଖି ଦୂର୍ବଳ ହୋଇଯିବ ,

ସେଥିପାଇଁ ମିଛି ମିଛିକା ମୁହଁ ରେ ହସ ରଖି ବିଦାୟ ଦେଇଥାଏ ସୈନିକ ପୁଅକୁ ମା ଆଉ ମା ର ଗଳା ରତନ, ରଙ୍କୁଣୀ ଧନ, ହୃଦୟ ସ୍ପନ୍ଦନ , ମା ଆଖିର ନୟନ ତାରା, ଗେହ୍ଲା ପୁଅ ଯେତେବେଳେ ଚାଲି ଯାଏ ମା କେବଳ କବାଟ କୋଣରେ ଗୁମୁରି ଗୁମୁରି କାନ୍ଦୁଥାଏ ହେ ଦେଶର ବିର ଯବାନ ଭାଇ ମାନେ ତମକୁ ଓ ତମ ଭଳି ବିର ପୁତ୍ରଙ୍କୁ ଜନ୍ମ ଦେଇଥିବା ସେ ଦେବୀ ତୁଲ୍ୟ ମା ମାନଙ୍କୁ ହୃଦୟରୁ , ଜୟ ହିନ୍ଦ . ଜୟ ହିନ୍ଦ କୀସେନା … (ସୁଶାନ୍ତ ସାହୁ)

Exit mobile version