କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଁ ଶାନ୍ତି, ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ବବିଦ୍ୟାଳୟ ନିଆଳି ଉପ ସେବା କେନ୍ଦ୍ର ତରଫରୁ ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପବିତ୍ର ଚୈତନ୍ୟ ଝାଙ୍କିର ଆରମ୍ଭ ହୋଇଛି । ଏହା ୩ ଦିନ ବ୍ୟାପୀ କାର୍ଯ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ପ୍ରଦୀପ ଜାଳି ଏହାକୁ ଉଦ୍ଘାଟନ କରି କହିଥିଲେ ଯେ ଆଜିର ସମୟରେ ସବୁ ବର୍ଗର ଭାଇ ଭଉଣୀମାନେ ଏହି ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ବ ବିଦ୍ୟାଳୟର ଇଶ୍ୱରୀୟ ପବିତ୍ର ବାଣୀ ପ୍ରତି ଅନୁକରଣ କରିବାକୁ ସେ ଗୁରୁତ୍ଵଆରୋପ କରିଥିଲେ । ନିଆଳି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ଭଉଣୀ ରାଜଯୋଗିନୀ ବ୍ରହ୍ମାକୁମାରୀ ସୁଷମା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

