ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ଭୁବନେଶ୍ୱରର ଷ୍ଟାଲ୍ୱାର୍ଟ ହାଇଟଠାରେ ଏହାର ୨ୟ ଏକ୍ସକ୍ଲୁସିଭ ଶୋ’ରୁମ ର ଶୁଭାରମ୍ଭ କରାଯାଇଛି । ଏହି ଉଦଘାଟନ ସମାରୋହରେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଘନଶ୍ୟାମ ଢୋଲକିଆ ଯୋଗ ଦେଇଥିଲେ । ନବରାତ୍ରିର ପବିତ୍ର ଋତୁକୁ ପାଳନ କରିବା ପାଇଁ କିସ୍ନା ପକ୍ଷରୁ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ୭୫% ପର୍ଯ୍ୟନ୍ତ ରିହାତି ଏବଂ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବା ସହ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡ ଉପରେ ଅତିରିକ୍ତ ୫%ର ତତ୍କାଳ ରିହାତି ପ୍ରଦାନ କରୁଛି ।
