ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଶ୍ରୀକ୍ଷେତ୍ରରେ ଏବେ ଦୁର୍ଗା ପୂଜାର ମାହୋଲ । ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ଝଲସୁଛି ମଣ୍ଡପ । ମାଙ୍କ ପାଖରେ ଦର୍ଶନାର୍ଥୀଙ୍କ ଗହଳି ଲାଗି ରହିଛି । ସିଂହଦ୍ବାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ସାଜସଜ୍ଜା ଓ ନାଗା ମଣ୍ଡପରେ ତୀର୍ଥଯାତ୍ରୀ ପର୍ଯ୍ୟଟକ ,ସହରବାସୀ ଓ ଦର୍ଶନାର୍ଥୀ ମାଙ୍କୁ ପ୍ରଣିପାତ କରି ଆଶିଷ ଭିକ୍ଷା କରୁଛନ୍ତି । କେତେକ ମଣ୍ଡପରେ ଦାସକାଠିଆ,ପାଲା ଘୁଡୁକି ଓ ଓଡିଶୀନୃତ୍ଯ ପରିବେଷଣ କରାଯାଉଛି ।
