ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ସଦରଥାନା ଅଧୀନ ନୀଳଚକ୍ର ନଗରରୁ ପୋଲିସ ୨ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଏ ସମ୍ପର୍କରେ ପୁରୀ ସଦରଥାନାରେ ୫୭୮/୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା (୬୦) ଓ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ର ମହମ୍ମଦ ଶାଜଦ ଓରଫ ରାଜା ( ୩୦) ବର୍ଷକୁ ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ।
