ସ୍କୁଲ୍‌-ଫି ଛାଡ଼କୁ ନେଇ ମିଥ୍ୟପ୍ରଚାର ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ଭୁବନେଶ୍ୱର : – କରୋନା କରାଳରେ ଆର୍ଥିକ ସଙ୍କଟରେ ପୀଡ଼ିତ ଅଭିଭାବକମାନଙ୍କୁ ସ୍କୁଲ୍ ଫିରୁ ରିହାତି ଦେବାଲାଗି ସମ୍ବଲପୁରର ଏକ ଓକିଲ ଶ୍ରୀଯୁକ୍ତ ମହମ୍ମଦ ଆନସାରି, ଓଡିଶା ସରକାରଙ୍କୁ ପକ୍ଷ ରଖି ମାନ୍ୟବର ଉଚ୍ଚନ୍ୟାୟାଳୟରେ ଚଓଖ ଫାଇଲ୍ କରିଛନ୍ତି । ପରେ ପରେ କଟକର ଆଉଜଣେ ଓକିଲ ଶ୍ରୀଯୁକ୍ତ ପ୍ରହଲାଦ ରାଉତ, ଭୁବନେଶ୍ୱରସ୍ଥ ଏକ ଅଭିଭାବକ ସଂଘ, ଏକ ଘରୋଇ ସ୍କୁଲ୍ ପରିଚାଳନା ସଂଘ ଏବଂ ଏକ ଶିକ୍ଷକ ସଂଘ ଏଥିରେ ପକ୍ଷଭୁକ୍ତ ହୋଇଛନ୍ତି । ଘରୋଇ ବିଦ୍ୟାଳୟମାନଙ୍କର ସ୍କୁଲ୍‌-ଫିରୁ ଏହାର ଅଭିଭାବକମାନଙ୍କୁ କିପରି ରିହାତି ଦିଆଯାଇପାରିବ, ମାନ୍ୟବର କୋର୍ଟ ଏହାକୁ ଶୁଣାଣି କରି ଏକ କମିଟି ଜରିଆରେ ଓ ଆପୋଷ ବୁଝାମଣା ମାଧ୍ୟମରେ ଓଡ଼ିଶା ସରକାରଙ୍କ ମତ ମାଗିଛନ୍ତି ଯାହାର ଶୁଣାଣି ୧୪ ତାରିଖରେ କରାଯିବ ।

କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ଆପୋଷ ବୁଝାମଣା ମାଧ୍ୟମରେ ୩୦% ଟ୍ୟୁସନ ଫି ଛାଡ଼ କରାଯିବାର ବୁଝାମଣା ହୋଇଛି ବୋଲି ଗଣମାଧ୍ୟମରେ ପ୍ରଚାର ଚାଲିଛି । ଏଥିରେ ପକ୍ଷଭୁକ୍ତ ହୋଇଥିବା ଅଭିଭାବକ ସଂଘ, ସମସ୍ତ ପକ୍ଷଙ୍କୁ ନେଇ ଏକ ଗଙଟ ହୋଇଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛି । କିନ୍ତୁ ଏହି ମକଦ୍ଦମାର ମୂଳ ଅର୍ଜିଦାରଙ୍କ ଅଭିଭାବକ ପ୍ରତିନିଧିଙ୍କୁ ସାଇ ଇଣ୍ଟରନ୍ୟାସନାଲ ଅଭିଭାବକ ସଂଘ ତରଫରୁ ଯୋଗାଯୋଗ କରିବାରେ ସେ କହିଛନ୍ତି, ଏହି ଗଙଟ କ’ଣ କମିଟିରେ ଆଲୋଚନା କିମ୍ବା ପର୍ଯ୍ୟାଲୋଚନା ହୋଇନାହିଁ । ପକ୍ଷଭୁକ୍ତ ହୋଇଥିବା ଘରୋଇ ବିଦ୍ୟାଳୟ ସଂଘ, ଶିକ୍ଷକ ସଂଘଙ୍କ ସହ ଏହି ଅଭିଭାବକ ସଂଘ ଏକ ଭିତିରି ବୁଝାମଣା କରି ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଓଡ଼ିଶା ସରକାରଙ୍କୁ ୩ ପକ୍ଷ ମିଳିତ ପ୍ରସ୍ତାବ ଦେଇଛନ୍ତି ।

ଆଲୋଚନା ପାଇଁ ୫ ପକ୍ଷଙ୍କୁ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପକ୍ଷଭୁକ୍ତ ଶ୍ରୀଯୁକ୍ତ ପ୍ରହ୍ଲାଦ ରାଉତ ୯ ତାରିଖ ବୈଠକରେ ଅନୁପସ୍ଥିତ ଥିôଲେ । ମୂଳ ଅର୍ଜିଦାରଙ୍କ ଅଭିଭାବକ ପ୍ରତିନିଧି କହିଛନ୍ତି, ୩ ପକ୍ଷ ଏହି ମିଳିତ ବୁଝାମଣା ଦାବିକୁ କମିଟିରେ ଉନ୍ମୁକ୍ତ କରି ଆଲୋଚନା କରାଯିବା ନିମନ୍ତେ ସେ ପ୍ରସ୍ତାବ ରଖିଥିଲେ । କିନ୍ତୁ ପକ୍ଷଭୁକ୍ତ ହୋଇଥିବା ଅଭିଭାବକ ସଂଘ ଏହାକୁ ଖୋଲାମଖୋଲା ଆଲୋଚନା କରିବାକୁ ଦୃଢ ବିରୋଧ କରିଥିଲେ । କମିଟିରେ ଆଲୋଚନା ନ କରାଯିବାକୁ ନେଇ ସେ ଅସନ୍ତୋଷ ଥିବା ଜଣାପଡ଼ିଛି । ସେ ଏକ ଭିନ୍ନ ନିବେଦନ ସରକାରଙ୍କ ପାଖରେ ରଖିଛନ୍ତି, ଯେଉଁଥିରେ କି କେବଳ ଶିକ୍ଷକ ଓ କର୍ମଚାରୀମାନଙ୍କ ଦରମା ବ୍ୟତୀତ ଅନ୍ୟାନ୍ୟ ବାର୍ଷିକ ଏବଂ ସହାୟକ ଫି ଗୁଡ଼ିକୁ ସମ୍ପୂର୍ଣ୍ଣ ଛାତ କରିବା, ସ୍କୁଲ୍ ପରିଚାଳନା ପାଇଁ ଅନ୍ୟାନ୍ୟ ଆବଶ୍ୟକତା ଖର୍ଚ୍ଚ, ଉଈଝଋ, ଭଚ୍ଚର-କ୍ଷବଙ୍ଗ ଅନୁସାରେ ଜରୁରୀକାଳୀନ ପାଣ୍ଠିରୁ ସ୍କୁଲ୍ ଭରଣ କରୁ ବୋଲି ମତ ରଖିଛନ୍ତି । ଏହାଛଡ଼ା ଶିକ୍ଷା ବିଭାଗର ଆରକ୍ଷଣ ପାଣ୍ଠିରୁ କିଛି ସରକାର ସହାୟତା କରନ୍ତୁ ବୋଲି ନିବେଦନ କରିଛନ୍ତି ।

ସାଇ ଇଣ୍ଟରନ୍ୟାସନାଲ ଅଭିଭାବକ ସଂଘର ଅଭିଯୋଗ କି, ଯଦି ସମସ୍ତ ପକ୍ଷକୁ ନେଇ ମିଳିତ ସହମତିରେ କିଛି ହୋଇନାହିଁ, କାହିଁକି ଏପରି ପ୍ରଚାର ଚାଲିଛି? ଏକପାଖିଆ ପକ୍ଷଭୁକ୍ତ ଅଭିଭାବକ ସଂଘ, ସ୍କୁଲ୍ ଓ ତାଙ୍କ କର୍ମଚାରୀଙ୍କ ସଂଘ ସହ କି ବୁଝାମଣା ହୋଇଛି ତାହାକୁ ପରିପ୍ରକାଶ ନକରି ଅଭିଭାବକମାନଙ୍କୁ ଭୁଆଁ ବୁଲାଇବା ପାଇଁ କାହିିଁକି ଏପରି ମିଥ୍ୟା ପ୍ରଚାର କରାଯାଉଛି? ପୁଣି ସ୍କୁଲ୍‌ମାନଙ୍କୁ ନେଇ ତିନୋଟି କିମ୍ବା ଅଧିକ ଶ୍ରେଣୀଭୁକ୍ତ ଖବର କଣ ଏହି ଅଭିଭାବକ ସଂଘ କହୁନାହାଁନ୍ତି କାହିଁକି? ଅଭିଭାବକଙ୍କ ସମସ୍ୟାକୁ ଠିକ୍ ଭାବରେ କମିଟି ଆଗରେ ଏହି ପକ୍ଷଭୁକ୍ତ ଅଭିଭାବକ ସଂଘ ଉପସ୍ଥାପନ କରିନାହିଁ ବୋଲି ଶୁଣିବାକୁ ମିଳୁଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏହି କମିଟିରେ ଅଂଶୀଦାର ଥିବା ସାଇ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇଆସିଛନ୍ତି । ଏହାକୁ କାହିଁକି କମିଟିରେ ଗୁରୁତ୍ୱର ସହକାରେ ଆଲୋଚନା କରାଯାଉ ନାହିଁ ବୋଲି ସାଇ ଇଣ୍ଟରନ୍ୟାସନାଲ ଅଭିଭାବକ ସଂଘ ପ୍ରଶ୍ନ କରିଛି ।

ସରକାର ସିଧାସଳଖ ସାଇ ଇଣ୍ଟରନ୍ୟାସନାଲ ଅଭିଭାବକ ସଂଘ ସମେତ ଅନ୍ୟାନ୍ୟ ସ୍କୁଲ୍‌ର ରେଜିଷ୍ଟର୍ଡ଼ ଅଭିଭାବକ ସଂଘ ମାନଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଛି । ଗୁଜୁରାଟ ଭଳି ଏକ ଅର୍ଡ଼ିନାନ୍ସ ଆଣି ଏହାକୁ ସମାଧାନ କରୁ ବୋଲି ଦାବି କରିଛି । ଏହାର ସମାଧାନ ଶୀଘ୍ର କରାଗନଲେ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଅଭିଭାବକମାନେ ଅନ୍ୟ ସ୍କୁଲ୍‌ର ଅଭିଭାବକମାନଙ୍କୁ ନେଇ ଏକ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ଚେତାବନୀ ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସାଇ ଇଣ୍ଟରନ୍ୟାସନାଲ ଅଭିଭାବକ ସଂଘ ତରଫରୁ ନରେଶ ସାହୁ, ନୀଳମାଧବ ମହାନ୍ତି, ସନ୍ଦିପ ଦାସ, ଶୁଭେନ୍ଦୁ ତ୍ରିପାଠୀ, ସୁପ୍ରୀତି, ଗାୟତ୍ରୀ ଦଳବେହେରା, କ୍ୟାପଟେନ ମାନସ ରଞ୍ଜନ, ବୃନ୍ଦାବନ ମିଶ୍ର, ପି.କେ ଜେନା, ସରୋଜ ମଙ୍ଗରାଜ, କାନନ କିରନ ଏବଂ ଙଚଇୠ ତରଫରୁ ପ୍ରଣବ ସାସମଲ, ଶୁଭ୍ରଜିତ ମହାନ୍ତି ଓ ବିଜେଇଏମ୍ ସ୍କୁଲ୍‌, ମଦର୍ସ ସ୍କୁଲ୍‌, ଡ଼ିଏଭି ସ୍କୁଲ୍‌ର ବହୁ ଅଭିଭାବକ ଉପସ୍ଥିତ ଥିଲେ ।

Exit mobile version