Home ଅପରାଧ ଅପରେସନ୍ “ଅଗ୍ନି” ବେଆଇନ ବାଣ ଗୋଦାମରେ ଚଢ଼ାଉ : ୩୦ ଲକ୍ଷ ଟଙ୍କା ର ବାଣ ଜବତ – ଜଣେ ଗିରଫ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ଗୁରୁବାର ରାତିରେ ଏକ ବେଆଇନ ବାଣ ଗୋଦାମରେ ଚଢ଼ାଉ କରି ବ୍ୟାପକ ପରିମାଣର ବାଣ ଜବତ କରିଛନ୍ତି| ଏହାକୁ ନେଇ ଥାନା ପରିସରରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି | ଡିଜି ଙ୍କ ନିର୍ଦେଶ କ୍ରମେ ବାଲିଗୁଡା କଟାରି ସାହି ସ୍ଥିତ ତ୍ରିଲୋଚନ ପାତ୍ର (ଟିଲୁ) ଙ୍କ ଘରେ ଚଢ଼ାଉ କରି ତାଙ୍କ ଘର ପରିସରରେ ଥିବା ଏକ ଗୋଦାମ ଭିତରେ ଥିବା ୧୧୧ ପ୍ରକାରର ବିଭିନ୍ନ ରକମର ବାଣ ଦେଖିବାକୁ ପାଇଥିଲେ | ବାଣକୁ ଜବତ କରି ତିନୋଟି ପିକଅପ ଭ୍ୟାନ ରେ ଥାନାକୁ ଆଣିଥିଲେ | ଅସୁରକ୍ଷିତ ଭାବରେ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ରଖିବା ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଜବତ ହୋଇଥିବା ବାଣର ମୂଲ୍ୟ ଆନୁମାନିକ ୩୦ ଲକ୍ଷ ଟଙ୍କା ହେବ ଏବଂ ବାଣ ବିକ୍ରି କରିବା ପାଇଁ ଲାଇସେନ୍ସ ନଥିଲା ବୋଲି ପୋଲିସ ପ୍ରକାଶ କରିଛି l ଗିରଫ ହୋଇଥିବା ବ୍ୟକ୍ତି ତ୍ରିଲୋଚନ ପାତ୍ରଙ୍କୁ ବାଲିଗୁଡା ଥାନା କେଶ ନଂ. ୨୯୮/୨୫, ୨୮୮ ବିଏନ୍ଏସ୍ ଆର.ଡବ୍ଲୁ. ଧାରା ୯ (ଖ) (୧) (ଖ) ବିସ୍ଫୋରକ ଆଇନ ଆର.ଡବ୍ଲୁ. ଧାରା ୫ ଓଡ଼ିଶା ବାଣ ଏବଂ ଲାଉଡ୍ ସ୍ପିକର (ନିୟନ୍ତ୍ରଣ) ଆଇନ, ୧୯୫୮ ଅନ୍ତର୍ଗତରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି l Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026 ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 12, 2026