ତୁରେକେଲା ଅଞ୍ଚଳରେ ସ୍ତ୍ରୀ ଙ୍କ ଅଶୀଳ ଭିଡ଼ିଓ ଭାଇରାଲ କରି ସ୍ବାମୀ ଗିରଫ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳ ରେ ନିଜର ସ୍ତ୍ରୀ ଙ୍କ ଅଶୀଳ ଭିଡ଼ିଓ ଭାଇରାଲ କରି ସ୍ବାମୀ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ରେ ତୁରେକେଲା ଥାନା ଅର୍ନ୍ତଗତ ଗୁର୍ଜିଭଟା ଗାଁ ର ଜିତେନ୍ଦ୍ର ତାଣ୍ଡି (୩୧) ନାମକ ଜଣେ ବ୍ୟକ୍ତି କିଛି ବର୍ଷ ତଳେ ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ ହେଳେ ଉଭୟ କୈଣସି କଥା ନେଇ ଝକଡା ହେବା ପରେ ଉଭୟ ଭିନ୍ନ ଭିନ୍ନ କରୁଛନ୍ତି ।

ତେବେ ମହିଳା ଙ୍କ ସ୍ବାମୀ ଜିତେନ୍ଦ୍ର ସୋସିଆଲ ମିଡ଼ିଆ ଇଷ୍ଟାଗ୍ରାମ ରେ ତାଙ୍କ ସ୍ତ୍ରୀ ଙ୍କୁ ତାଙ୍କ ଅଶୀଳ ଭିଡ଼ିଓ ପଠାଇବା ସହ ଭାଇରାଲ କରିବାକୁ ଅନେକ ସମୟରେ ଧମକ ଦେଇ ଆସୁଥିବା ବେଳେ ବର୍ତମାନ ସେ ତାଙ୍କ ସ୍ତ୍ରୀ ଅଶୀଲ ଭିଡ଼ିଓ ଭାଇରାଲ କରିଛନ୍ତି । ଏନେଇ ମହିଳା ଜଣକ ତୁରେକେଲା ଥାନା ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ତୁରେକେଲା ପୋଲିସ କେସ ନଂ ୨୫୮,୨୫ ରେ ମାମଲା ରୁଜୁ କରି ଭିଡ଼ିଓ ଭାଇରାଲ କରିଥିବା ଜିତେନ୍ଦ୍ର ତାଣ୍ଡି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ତୁରେକେଲା ଥାନା ଅଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି ।

Exit mobile version