Home ଓଡ଼ିଶା ବଡପଣ୍ଡୁସରରେ ସ୍ୱତନ୍ତ୍ର ଚିକିତ୍ସା ଶିବିର by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ବ୍ଲକ ଅଧିନସ୍ଥ ବଡପଣ୍ଡୁସର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏକ ସ୍ୱତନ୍ତ୍ର ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଜନସାଧାରଣଙ୍କୁ ଏହି ଚିକିତ୍ସା ଶିବିରର ଲାଭ ଉଠାଇବାକୁ ପରାମର୍ଶ ପ୍ରଦାନ କରିଥିଲେ । ସମସ୍ତ ଡାକ୍ତର ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉତ୍ସର୍ଗିକୃତଭାବେ ସ୍ଵାସ୍ଥ୍ୟସେବା ଯୋଗାଇ ଦେଉଥିବାରୁ ପ୍ରସଂଶା କରିଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମରେ ନିଯୋଜିତ ଡାକ୍ତର ସ୍ଵର୍ଣ୍ଣଲତା ପରିଡା ସାନପଣ୍ଡୁସର ଗ୍ରାମର ଜଣେ ଯକ୍ଷ୍ମାରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣକରି ଚିକିତ୍ସା ଚାଲିଥିବା ପର୍ଯ୍ୟନ୍ତ ସୁଷମ ଖାଦ୍ୟ କୀଟ ପ୍ରଦାନ ପାଇଁ ସମ୍ମତି ପ୍ରଦାନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଉପଲବ୍ଧ ମାତୃତ୍ଵ ସେବା ସହିତ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଅଣସଂକ୍ରାମକ ରୋଗର ଚିହ୍ନଟ, ଟୀକାକରଣ, ଯକ୍ଷ୍ମା ଓ କର୍କଟ ପରୀକ୍ଷା, ସିକିଲ ସେଲ ଓ ଥାଲାସେମିଆ ପରୀକ୍ଷା ସହିତ ସ୍ୱାସ୍ଥ୍ୟ ସଚେତନତା କରାଯାଉଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଏଥିସହିତ ବିଦ୍ୟାଳୟମାନଙ୍କରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷ ସେବା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି ବୋଲି ଆଲୋଚନା କରାଯାଇଥିଲା । ଏହି ଅଭିଯାନ ସମୟରେ ଲାଭାର୍ଥୀମାନେ ନିଜର ଆଧାର କାର୍ଡ କିମ୍ବା ଆଭା ନମ୍ବର ସହିତ ଯେକୌଣସି ସ୍ଵାସ୍ଥ୍ୟ କେନ୍ଦ୍ରମାନଙ୍କରେ ପହଁଚିଲେ ସୂଚାରୁରୂପେ ସେମାନଙ୍କର ପଞ୍ଜୀକରଣ ସହିତ ସ୍ଵାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇପାରିବ ବୋଲି ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ କହିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ଜ୍ଞାନଜ୍ୟୋତି ଦାସ, ବିଶେଷଜ୍ଞ ଡାକ୍ତର ପୀତବାସ ତ୍ରିପାଠୀ, ଡାକ୍ତର ପ୍ରଶାନ୍ତ ନାୟକ, ଡାକ୍ତର ସବିତା ବରାଡ଼, ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା ଓ ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026