ଘରୋଇ ହିଂସା ରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ -୨୦୦୫ ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଧ୍ବଂସ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ରିଖ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ନୟାଗଡ଼, ତରଫରୁ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଘୋରାଇ ହିଂସାରୁ ମହିଳା ମାନଙ୍କୁ ସୁରକ୍ଷା ଅଧିନିୟମ -2005 ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶିବିରରେ ଜିଲ୍ଲା ର DLSA ସେକ୍ରେଟାରୀ ଅଞ୍ଜଳୀ ମାଛକୁଣ୍ଡ ଉତ୍ସ ସମ୍ପାଦକ ଭାବରେ ଯୋଗଦେଇଥିଲେ, ADM ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମlଦାର,

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପାତ୍ର, PO Cum PO – ଶ୍ରୀମତୀ ଜୟଶ୍ରୀ ପ୍ରଧାନ, ନୟାଗଡ଼ ଜିଲ୍ଲାର ସମସ୍ତ ସିଡ଼ିପିଓ,ମହିଳା ସଶକ୍ତିକରଣ ର ଜିଲ୍ଲା ସଂଯୋଜକ ନୟାଗଡ଼ – ଶ୍ରୀ ସୌମ୍ୟ ରଞ୍ଜନ ଦାଶ ସମସ୍ତ ମଞ୍ଚରେ ଉପସ୍ଥିତ ରହି ଘରୋଇ ହିଂସା ରୁ ମହିଳା ମାନଙ୍କୁ କିପରି ସୁରକ୍ଷିତ ରଖାଯିବ ସେ ବିଷୟରେ ଆଲୋଚନା କରିବା ସହିତ ଉପସ୍ଥିତ ଥିବା ବିଭିନ୍ନ ଜିଲ୍ଲା ସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତ ରହି

କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ଏବଂ DLSA ସେକ୍ରେଟାରୀ ସମସ୍ତଙ୍କ ସହିତ ଆଲୋଚନ କରି କିପରି ଭାବରେ ନୟାଗଡ଼ ଜିଲ୍ଲା ର ସମସ୍ତ ଗ୍ରାମାଞ୍ଚଳ ରେ ଘରୋଇ ହିଂସା ହେବ ନାହିଁ ସେ ଉପରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରିଥିଲେ ଏବଂ ଉପରିସ୍ଥ ସମସ୍ତ କାର୍ଯ୍ୟକ୍ରମ କୁ District Hub Empowernment of women ର ସମସ୍ତ ଷ୍ଟାଫ୍ଫ କାର୍ଯ୍ୟକ୍ରମ କୁ ତୁଲାଇଥିଲେ, ଏବଂ ପରିଶେଷରେ DSWO ସମସ୍ତ ଙ୍କୁ ସାଧୁବାଦ ଦେଇ ସଭା ସାଙ୍ଗ କରିଥିଲେ l

Exit mobile version