Home ଓଡ଼ିଶା ସରକାରୀ ଯୋଜନା ରା,ଉଦୟଗିରି ବାଟବଣା by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳର । ରା,ଉଦୟଗିରି ସରକାରୀ ଯୋଜନା ବାଟବଣା ହେବାରେ ଲାଗିଛି ଯାହାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ତେଜିବାରେ ଲାଗିଛି । ରା,ଉଦୟଗିରି ବ୍ଳକର ପ୍ରତ୍ୟେକ ପଞ୍ଚାୟତରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଗାଁ କଲ୍ୟାଣ ସମିତିକୁ ଦାୟିତ୍ବ ଦିଆଯାଇଛି । ତଦରଖ ଅଭାବରୁ ଅନେକ ସମିତି ଠିକ୍ ? ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି ଗ୍ରାମଗୁଡିକରେ କୁଢ କୁଢ ଆବର୍ଜନା ଜମା ହୋଇ ରହିଛି । ନଳକୂପ ମଳରେ ପାଣି ଜମା ହୋଇ ରହିବାରୁ ଦୁର୍ଗନ୍ଧ ହେଉଛି । ଗ୍ରାମବାସୀ ସେହି ଜଳ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରତ୍ୟେକ ଗାଁ କଲ୍ୟାଣ ସମିତିକୁ ବାଷିକ ୧୦ ହଜାର ଟଙ୍କା ଅନୁଦାନ ମିଳୁଛି । ଅନେକ ସ୍ଥାନରେ ଏହାର ବିନିଯୋଗ ହେଉନଥିବା ଅଭିଯୋଗ ହେଉଛି । ଗାଁ କଲ୍ୟାଣ ସମିତି କେବଳ ଫଂଳକ ଲେଖି ନିଜର ଦାୟିତ୍ବ ସାରିଦେଉଛନ୍ତି ଓ ଲେଖା ଯାଉଥିବା ଫଳକକୁ ପ୍ରତିବର୍ଷ ଲିଭାଇ ଦିଆଯାଇ ପୁନଶ୍ଚ ଲେଖା ଦିଆଯାଇଛି । ଯୋଜନାର ଲକ୍ଷ ଓ କାର୍ଯ୍ୟ ସମ୍ପର୍କରେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଅନେକ ଗ୍ରାମବାସୀ ଜାଣିପାରୁ ନଥିବା ଅଭିଯୋଗ ହେଉଛି । ଅନୁଦାନର ସଠିକ ବିନିଯୋଗ ପତ୍ର (ୟୁସି) ପ୍ରଦାନ ପ୍ରତି ଗୁରୁତ ଦିଗରେ ଅଧିକାରୀ ନିଜ ମଣ୍ଡରୁ ଦାୟିତ୍ବ ଖସାଇ ଦେଉଥିବା ଜଣାପଢିଛି ଓ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ରା,ଉଦୟଗିରି ଅଞ୍ଚଳର ବୃଦ୍ଧିଜୀବୀମାନେ ଦାବି କରିଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026