ନାରୀ ସ୍ୱାଭିମାନ ଫାର୍ମର୍ ପ୍ରୋଡ୍ୟୁସର୍ କମ୍ପାନୀ ର ୫ମ ବାର୍ଷିକ ସାଧାରଣ ସଭା

ବଡକାଙ୍କି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନାରୀ ସ୍ୱାଭିମାନ ଫାର୍ମର୍ ପ୍ରୋଡ୍ୟୁସର୍ କମ୍ପାନୀ ଲିମିଟେଡ୍, ତୁରେକେଳା ର ୫ମ ବାର୍ଷିକ ସାଧାରଣ ସଭା (AGM) ଆଜି ବଡକାଙ୍କିରେ ଉତ୍ସାହମୟ ପରିବେଶରେ ଆୟୋଜିତ ହେଲା । ଏହି ସଭାରେ ନୀଳମାଧବ ସାହୁ (BPM, OLM), ବିଶ୍ୱଜିତ ସାମଲ (BPC, Mission Shakti), ଡୋଳାମଣି ବାଗ (ସରପଞ୍ଚ, ବଡକାଙ୍କି), ଲୌକିକ ଧରୁଆ (FES), ଶଶିଭୂଷଣ ପୁରୋହିତ (ଅଧ୍ୟକ୍ଷ, ବଲାଙ୍ଗିର ଗ୍ରାମୋଦ୍ୟୋଗ ସମିତି),ଜୟନ୍ତ ବାଗ (APC ପ୍ରୋଗ୍ରାମ୍ ମ୍ୟାନେଜର୍),ବିନାୟକ ବେହେରା(P C Anchor),ସହିତ ରଘୁନାଥ ଭୋଇ, ସରୋଜ ଖମାରି, ସମୀର ଜାଲ, ଲିଙ୍ଗରାଜ ବେହେରା, କୁସା ବାଗ, ରାଜେଶ ଭୋଇ ଓ ନମିତା କୁମ୍ଭାର ଉପସ୍ଥିତ ଥିଲେ । କମ୍ପାନୀର ନିର୍ଦ୍ଦେଶିକା ଅଞ୍ଜଳି ମେହେରଓ ସସ୍ମିତା ପୁଟେଲ ସଭାକୁ ସଂଚାଳନ କଲେ । ନିର୍ଦ୍ଦେଶିକା ଅଞ୍ଜଳି ମେହେର କମ୍ପାନୀର ବାର୍ଷିକ ବ୍ୟବସାୟୀକ ରିପୋର୍ଟ ପଢ଼ି ଶୁଣାଇ ଥିଲେ ଏବଂ ସମସ୍ତ ଶେୟର ହୋଲ୍ଡର ମାନଙ୍କୁ ଅଧିକ ବ୍ୟବସାୟ କରି କମ୍ପାନୀକୁ ଦ୍ରୁତଗତିରେ ଆଗକୁ ବଢାଇବା ପାଇଁ ପ୍ରେରଣା ଦେଇଥିଲେ ।

କମ୍ପାନୀ ର ହିସାବ ରକ୍ଷିକା ନମିତା କୁମ୍ଭାର ବାର୍ଷିକ ଆୟ ବ୍ୟୟ ବିବରଣୀ ପଠନ କରିଥିଲେ l ଅତିଥିମାନେ କମ୍ପାନୀ ର ପ୍ରୟାସକୁ ସ୍ୱାଗତ କରି, ମହିଳା କୃଷକମାନଙ୍କ ସଶକ୍ତିକରଣ ଏବଂ ସମୁହୀକ ଉଦ୍ୟମିତାକୁ ବୃଦ୍ଧି କରିବାରେ ଏହାର ଗୁରୁତ୍ୱକୁ ଉଲ୍ଲେଖ କଲେ । ସଭାରେ ଗୌତମ ମାଝି ସ୍ୱଇଚ୍ଛାସେବୀ ଭାବେ ସହଯୋଗ କରିଥିଲେ । ସଭା ଶେଷ ରେ ସେବତୀ ସଗ୍ରିଆ ଧନ୍ୟବାଦ ଜ୍ଞାପନ ଦେଇ ସଭା ସମାପ୍ତ କରିଥିଲେ l

Exit mobile version