ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନିଜର କଷ୍ଟ ଉପାର୍ଜିତ ଧନକୁ ଲୋକମାନେ ବ୍ୟାଙ୍କ କିମ୍ବା ଡାକଘରେ ସଞ୍ଚୟ ଖାତାରେ ଜମା କରି ନିଶ୍ଚିନ୍ତ ଭାବେ ରହିଥାନ୍ତି। କିନ୍ତୁ ଯଦି ସେହି ପଇସା କୌଣସି ବି କାରଣରୁ ବାଟମାରଣା ହୋଇଯାଏ, ତେବେ ସମସ୍ତେ ବ୍ୟାଙ୍କ ତଥା ଡାକଘର ଉପରୁ ଆସ୍ଥା ହରାଇଥାନ୍ତି। ସେହିଭଳି ଏକ ଖବର ପାଇ ପାରଳାଖେମୁଣ୍ଡି ପୂର୍ବ ପ୍ରାନ୍ତର ତତ୍କାଳୀନ ସବ ଡିଭିଜନାଲ ଇନ୍ସପେକ୍ଟର ସୁରେନ୍ଦ୍ର ନାଥ ପଣ୍ଡା ତା ୧୨-୦୨-୧୯୯୯ରିଖରେ ତତ୍କାଳୀନ ଖଜୁରିପଦାର ବ୍ରାଞ୍ଚ ପୋଷ୍ଟ ମାଷ୍ଟର କାର୍ତ୍ତିକେଶ୍ୱର ପାଇକଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଭଳି ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ ଯେ, ସେ ନିଜ ପଦ ମର୍ଯ୍ୟାଦାର ଅପବ୍ୟବହାର କରି ସତଚାଳିଶ ହଜାର ଦୁଇଶହ ଏକଚାଳିସ ଟଙ୍କା ଆତ୍ମସାତ କରିଛନ୍ତି ।
