Home ଓଡ଼ିଶା ବୋଲଗଡ଼ ବ୍ଲକ୍ ଅଫିସ୍ ସମ୍ମୁଖରେ ମିଶନ ଶକ୍ତି ମହିଳା ମାନଙ୍କ ଗଣ ଧାରଣା ଚତୁର୍ଥ ଦିନରେ ଧାରଣା ମଝିରେ ଅଚେତ ହୋଇ ପଡିଲେ ମହିଳା ପ୍ରଶାସନ ନିଘୋଡ଼ ନିଦ୍ରାରେ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସାରା ରାଜ୍ୟରେ ବର୍ତ୍ତମାନ ରାଜ୍ୟ ସରକାର , ମିଶନ ଶକ୍ତି ମହିଳା ମାନଙ୍କ ପ୍ରାୟ ଛଅ ଟି କ୍ୟାଡ଼ର ଏମ ମ୍ବି କେ, ସି ଆର ପି, ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ର, କୃଷୀ ମିତ୍ର, ଆଦିଙ୍କ ଦରମାକୁ କାର୍ଯ୍ୟ ଅନୁଯାୟୀ ପ୍ରୋତ୍ସାହନ ରାଶି ରୂପକ ପ୍ରଦାନକୁ ବିରୋଧ କରି ପ୍ରାୟ ଦୁଇ ଶହ ରୁ ଊର୍ଦ୍ଧ୍ବ ମହିଳା ମାନେ ମିଳିତ ଶାନ୍ତି ପୂର୍ଣ୍ଣ ଗଣଧାରଣାରେ ଚାରି ଦିନ ଧରି ବସିଲେଣି । ଗତ ବିଜେଡ଼ି ସରକାର ଅମଳରେ ମହିଳା ମାନେ ସ୍ଥାୟୀ ଦରମା ନିଜ ନିଜ କ୍ୟାଡ଼ର ଅନୁସାରେ ପାଇଥିବା ବେଳେ ବର୍ତମାନ ବିଜେପି ସରକାରରେ ପ୍ରୋତ୍ସାହନ ରାଶି ପ୍ରଦାନ କମ ହେଉଥିବାରୁ , ବୋଲଗଡ ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ମିଶନ ଶକ୍ତିର ମହିଳା କ୍ୟାଡ଼ର ମାନେ ସ୍ଥାୟୀ ଦରମା ଦାବିରେ ଅଡି ବସିଥିବା ପରିଲକ୍ଷିତ ହୋଇଛି। ଏହାକୁ ନଜରରେ ବୋଲଗଡ ବ୍ଲକ୍ ବିଡ଼ିଓ ମହିଳା କ୍ୟାଡ଼ର ମାନଙ୍କ ଠାରୁ ଦାବୀ ପତ୍ର ଗ୍ରହଣ କରି ରାଜ୍ୟ ସରକାରଙ୍କୁ ପଠାଇଥିବା ଜଣାଇଛନ୍ତି। ମହିଳା ମାନେ ସକାଳ ଦଶଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହୁଥିବା ଜଣା ପଡ଼ିଛି। ଯଦି ପୁର୍ବ ପରି ସରକାର ସ୍ଥାୟୀ ଦରମା ନଦିଅନ୍ତି, ଆଗାମୀ ଦିନରେ ମହିଳା ମାନେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସୁଚନା ଦେଇଛନ୍ତି। ଚତୁର୍ଥ ଦିନରେ ଜଣେ ମହିଳା ଧାରଣା ମଝିରେ ଅଚେତ ହୋଇ ପଡ଼ିବାରୁ ସାଥୀ ମହିଳା ମାନେ ତାଙ୍କୁ ଅଟୋ ରିକ୍ସା ମାଧ୍ୟମରେ ନିକଟସ୍ଥ ଡାକ୍ତରଖାନା କୁ ପଠାଇ ଥିବା ଜଣା ପଡିଛି । ବର୍ଷାକୁ ଖାତିର ନ କରି ମହିଳା ମାନେ ଭିଜି ଭିଜି ଆନ୍ଦୋଳନ ଜାରି ରଖିଥିବା ଓ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା । କଥା ହେଉଛି ବର୍ଷା ବେଳେ ବୋଲଗଡ଼ ବ୍ଲକ୍ ଅଫିସ୍ ସମ୍ମୁଖରେ ବୃକ୍ଷ ତଳେ ବସି ଆନ୍ଦୋଳନ କରିବା ବିପଦ ଜନକ ଅଟେ, କାରଣ ବେଳେ ବେଳେ ଘଡ଼ଘଡି ଓ ବିଜୁଳି ବୃକ୍ଷକୁ ଶୀଘ୍ର ମାରେ, ଯଦି ଆନ୍ଦୋଳନ ସମୟରେ ବର୍ଷା ଜନିତ ବିଜୁଳି ମାରେ କିଛି କ୍ଷତି ହେଲେ କିଏ ଦାୟୀ ରହିବେ, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣେ ବର୍ଷାରେ ଭିଜି ଭିଜି ମହିଳା ମାନେ ଆନ୍ଦୋଳନ ଜାରି ରଖିଥିଲେ ବି ବ୍ଲକ୍ ପ୍ରଶାସନ ତରଫରୁ ବାରଣ କରା ନଯିବା ଏକ ଅମାନୁଷିକ ଭାବର ପରିପ୍ରକାଶ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମହିଳା କ୍ୟାଡ଼ର ମାନଙ୍କ ସୁଚନା ଅନୁସାରେ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚି ଥିଲେବି କେବଳ ବୋଲଗଡ଼ ବି ଡି ଓ ଙ୍କୁ ଛାଡ଼ି ଦେଲେ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ବା ରାଜ ନେତା ସେମାନଙ୍କ ପାଖରେ ପହଞ୍ଚି ନାହାନ୍ତି । ଏଭଳିକି ବ୍ଲକ୍ ଅଧ୍ୟକ୍ଷା ଜଣେ ମହିଳା ହୋଇ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ନଥିବା ରୁ ମହିଳା ମାନଙ୍କୁ ଅତ୍ୟଧିକ ବ୍ୟଥିତ କରିଛି । ଯଦି ସରକାର ମିଶନ ଶକ୍ତି ମହିଳା ମାନଙ୍କ ପାଞ୍ଚ ଦଫା ଦାବି ଯେମିତିକି ସ୍ଥାୟୀ ଦରମା, ସ୍ଥାୟୀ ନିଯୁକ୍ତି, ଦରମା କୁ ଆକାଉଣ୍ଟ ମାଧ୍ୟମରେ ପୈଠ କରିବା, ପ୍ରତି ମାସରେ ଦରମା ଦେବା ଆଦି ପ୍ରସ୍ତାବକୁ ନ ମାନନ୍ତି, ଆଗାମୀ ଦିନରେ ମହିଳା ମାନେ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Odisha Assembly Witness Tense Scenes Over MMDR Act and Textbook Blunders; BJP Slams Opposition Walkout Naveen Patnaik left Assembly by Proprietor Abhimanyu Maharana September 22, 2026 ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଶୋକ ପ୍ରସ୍ତାବ ଆଗତ by Proprietor Abhimanyu Maharana September 22, 2026 Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026